ପ୍ରଫେସରଙ୍କ ଘରେ ସିବିଆଇ ରେଡ
ସମ୍ବଲପୁର : ପ୍ରଫେସରଙ୍କ ଘରେ ସିବିଆଇ ରେଡ । ସମ୍ବଲପୁର ବିଶ୍ୱବିଦ୍ୟାଳୟ ପ୍ରଫେସର ବୁଲୁ ମହାରଣାଙ୍କ ଘରେ ସିବିଆଇ କରାଯାଇଥିବା ସୂଚନା ମିଳିଛି । ପ୍ରଫେସରଙ୍କ ବୁର୍ଲା ଜ୍ୟୋତିବିହାର ସ୍ଥିତ ସରକାରୀ ବାସଭବନରେ ସିବିଆଇ ରେଡ ଚାଲିଛି । ଉଚ୍ଚ ଶିକ୍ଷାନୁଷ୍ଠାନକୁ ଭଲ ରାଙ୍କ୍ ପାଇଁ ଲାଞ୍ଚ ମାମଲାରେ ଗିରଫ ହୋଇଛନ୍ତି ପ୍ରଫେସର ବୁଲୁ ମହାରଣା ତେବେ ଏହି ଘଟଣାରେ ବୁଲୁ ମହାରଣା ଗିରଫ ହେବା ପରେ ସିବିଆଇ ତାଙ୍କ କ୍ଵାଟର୍ସକୁ ସିଲ୍ କରିଥିଲା। ଆଜି ସିବିଆଇ […]
ସମ୍ବଲପୁର : ପ୍ରଫେସରଙ୍କ ଘରେ ସିବିଆଇ ରେଡ । ସମ୍ବଲପୁର ବିଶ୍ୱବିଦ୍ୟାଳୟ ପ୍ରଫେସର ବୁଲୁ ମହାରଣାଙ୍କ ଘରେ ସିବିଆଇ କରାଯାଇଥିବା ସୂଚନା ମିଳିଛି । ପ୍ରଫେସରଙ୍କ ବୁର୍ଲା ଜ୍ୟୋତିବିହାର ସ୍ଥିତ ସରକାରୀ ବାସଭବନରେ ସିବିଆଇ ରେଡ ଚାଲିଛି । ଉଚ୍ଚ ଶିକ୍ଷାନୁଷ୍ଠାନକୁ ଭଲ ରାଙ୍କ୍ ପାଇଁ ଲାଞ୍ଚ ମାମଲାରେ ଗିରଫ ହୋଇଛନ୍ତି ପ୍ରଫେସର ବୁଲୁ ମହାରଣା ତେବେ ଏହି ଘଟଣାରେ ବୁଲୁ ମହାରଣା ଗିରଫ ହେବା ପରେ ସିବିଆଇ ତାଙ୍କ କ୍ଵାଟର୍ସକୁ ସିଲ୍ କରିଥିଲା। ଆଜି ସିବିଆଇ ଟିମ୍ ସିଲ୍ ଖୋଲିବା ସହ ଯାଞ୍ଚ କରୁଛି। ସମ୍ବଲପୁର ବିଶ୍ଵ ବିଦ୍ୟାଳୟ ର ଲାଇଫ୍ ସାଇନ୍ସ ବିଭାଗର ପ୍ରଫେସର ହେଉଛନ୍ତି ବୁଲୁ ମହାରଣା। ନାକ୍ ଟିମର ସଦସ୍ୟ ଭାବେ ହାଇଦ୍ରାବାଦର ଏକ ଘରୋଇ ବିଶ୍ଵ ବିଦ୍ୟାଳୟକୁ ଭଲ ରେଟିଂ ଦେବା ପାଇଁ ଲାଞ୍ଚ ମାମଲାରେ ଗତ ୧ ତାରିଖରେ ସିବିଆଇ ତାଙ୍କୁ ଗିରଫ କରିଥିଲା।




