ଧରାପଡିଲା ବଉଳା କୁମ୍ଭୀର
ବାଲେଶ୍ୱର : ଧରା ପଡିଲା ବଉଳା କୁମ୍ଭୀର । ଗୁରୁବାର ରାତିସାରା ଜାଲ ବିଛାଇ ଜଗି ରହି କୁମ୍ଭୀରକୁ ଧରିଛି ବନବିଭାଗ । କୁମ୍ଭୀର ଧରାପଡ଼ିବା ପରେ ଭିତରକନିକାରେ ଛଡ଼ାଯିବ ବୋଲି ସୂଚନା ମିଳିଛି । ଗତକାଲି ବେଳାଭୂମିରେ କୁମ୍ଭୀରକୁ ଦେଖିଥିଲେ ଲୋକେ । ଗୁରୁବାର ରାତି ଯାକ ଅକ୍ଲାନ୍ତ ପରିଶ୍ରମରେ ବିଚିତ୍ରପୁର ନାଳରୁ ୭ ଫୁଟ ୬ ଇଞ୍ଚ ଲମ୍ବ ବିଶିଷ୍ଟ ବଉଳା କୁମ୍ଭୀରକୁ ଧରିଛି ବନ ବିଭାଗ । ବଉଳା କୁମ୍ଭୀରକୁ ଧରିବା ପାଇଁ […]
ବାଲେଶ୍ୱର : ଧରା ପଡିଲା ବଉଳା କୁମ୍ଭୀର । ଗୁରୁବାର ରାତିସାରା ଜାଲ ବିଛାଇ ଜଗି ରହି କୁମ୍ଭୀରକୁ ଧରିଛି ବନବିଭାଗ । କୁମ୍ଭୀର ଧରାପଡ଼ିବା ପରେ ଭିତରକନିକାରେ ଛଡ଼ାଯିବ ବୋଲି ସୂଚନା ମିଳିଛି । ଗତକାଲି ବେଳାଭୂମିରେ କୁମ୍ଭୀରକୁ ଦେଖିଥିଲେ ଲୋକେ ।
ଗୁରୁବାର ରାତି ଯାକ ଅକ୍ଲାନ୍ତ ପରିଶ୍ରମରେ ବିଚିତ୍ରପୁର ନାଳରୁ ୭ ଫୁଟ ୬ ଇଞ୍ଚ ଲମ୍ବ ବିଶିଷ୍ଟ ବଉଳା କୁମ୍ଭୀରକୁ ଧରିଛି ବନ ବିଭାଗ । ବଉଳା କୁମ୍ଭୀରକୁ ଧରିବା ପାଇଁ ବନ ବିଭାଗର ୩୦ ଜଣିଆ ଟିମ୍ ଜାଲ ବିଛାଇ ଅପରାହ୍ନ ୨ ଟାରୁ ରାତି ୧୨ ପର୍ଯ୍ୟନ୍ତ ପ୍ରୟାସ ଜାରି ରଖିଥିଲେ । ଏହାକୁ ନେଇ ଉପକୂଳବର୍ତ୍ତୀ ଅଞ୍ଚଳରେ ବନବିଭାଗ ପକ୍ଷରୁ ସଚେତନତା କରାଯାଇଥିଲା । ତେବେ ବନ ବିଭାଗର ଅକ୍ଲାନ୍ତ ପରିଶ୍ରମ ପରେ ପ୍ରାୟ ରାତି ୧ ଟାରେ ଧରା ପଡିଥିଲା କୁମ୍ଭୀର । ଧରା ପଡ଼ିବା ପରେ ବନ ବିଭାଗ କୁମ୍ଭୀରଟିକୁ ଭିତରକନିକାରେ ଛଡ଼ା ଯାଇଛି ବୋଲି ସୂଚନା ଦେଇଛନ୍ତି । ବାତ୍ୟା ‘ଦାନା’ ପ୍ରଭାବରେ ଭିତରକନିକାରୁ ପଳେଇ ଆସିବା ନେଇ ସନ୍ଦେହ କରାଯାଉଥିଲା କୁମ୍ଭୀରଟିକୁ ଧରିବା ପାଇଁ ରାତିରେ ସମୁଦ୍ରକୁ ଲାଗିଥିବା ନାଳ ଭିତରେ ବନବିଭାଗର ଏକ ସ୍ୱତନ୍ତ୍ର ଟିମ୍ ପେଟ୍ରୋଲିଙ୍ଗ କରିଥିଲା।




