ବିଜେଡି ନେତା ବବି ଦାସଙ୍କ ନାଁରେ ମାମଲା ରୁଜୁ

ନୂଆପଡା : ବରିଷ୍ଠ ବିଜେଡି ନେତା ପ୍ରଣବ ଦାସ (ବବି)ଙ୍କ ନାଁରେ ଥାନାରେ ଏତଲା । ବବି ଦାସଙ୍କ ସହ ତାଙ୍କ ସହଯୋଗୀ ଅଧିରାଜ ପାଣିଗ୍ରାହୀଙ୍କ ନାଁରେ ମଧ୍ୟ କୋମନା ଥାନାରେ ଏତଲା ରୁଜୁ ହୋଇଛି । ମନୋଜ ମିଶ୍ରଙ୍କ ଫାର୍ମ ହାଉସରେ ଯୁବକଙ୍କୁ ମାଡ଼ ମାରିବା ସହ ଜୀବନରୁ ମାରିଦେବା ନେଇ ଧମକ ଦେଇଥିଲେ ବବି ଦାସ । ଏନେଇ ତାଙ୍କ ବିରୋଧରେ ବିଏନଏସ ଧାରା ୧୨୬ (୨) ୨୯୬.୧୧୫ (୨) ୩ (୫) ରେ […]

ବିଜେଡି ନେତା ବବି ଦାସଙ୍କ ନାଁରେ ମାମଲା ରୁଜୁ
Samaya Live Picture
Published On

ନୂଆପଡା : ବରିଷ୍ଠ ବିଜେଡି ନେତା ପ୍ରଣବ ଦାସ (ବବି)ଙ୍କ ନାଁରେ ଥାନାରେ ଏତଲା । ବବି ଦାସଙ୍କ ସହ ତାଙ୍କ ସହଯୋଗୀ ଅଧିରାଜ ପାଣିଗ୍ରାହୀଙ୍କ ନାଁରେ ମଧ୍ୟ କୋମନା ଥାନାରେ ଏତଲା ରୁଜୁ ହୋଇଛି । ମନୋଜ ମିଶ୍ରଙ୍କ ଫାର୍ମ ହାଉସରେ ଯୁବକଙ୍କୁ ମାଡ଼ ମାରିବା ସହ ଜୀବନରୁ ମାରିଦେବା ନେଇ ଧମକ ଦେଇଥିଲେ ବବି ଦାସ । ଏନେଇ ତାଙ୍କ ବିରୋଧରେ ବିଏନଏସ ଧାରା ୧୨୬ (୨) ୨୯୬.୧୧୫ (୨) ୩ (୫) ରେ ମାମଲା ରୁଜୁ ହୋଇଛି । ସଂପୃକ୍ତ ଯୁବକ ପୂର୍ବରୁ ବିଜେଡି କ୍ୟାମ୍ପେନରେ ବୁଲୁଥିଲେ, ଏବେ ବିଜେପି ବୁଲୁଥିବାରୁ ବବି ଦାସ ତାଙ୍କ ଏହା କାହିଁକି କରୁଛୁ ବୋଲି ପଚାରିବା ସହ ଧମକାଇ ମାଡ ମାରିଥିଲେ । ଯୁବକଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମାଡି ମାରିଥିବା ଅଭିଯୋଗ ହୋଇଛି । ସେପଟେ ଏନେଇ ବବି ଦାସ କିମ୍ବା ଅଧିରାଜଙ୍କ ପ୍ରତିକ୍ରିୟା ମିଳିନାହିଁ । ବର୍ତ୍ତମାନ ନୂଆପଡା ଉପନିର୍ବାଚନ ପାଇଁ ବିଜେଡିର ବରିଷ୍ଠ ନେତାମାନେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରୀଆଙ୍କ ପାଇଁ ପ୍ରଚାରରେ ଅଛନ୍ତି । ତେବେ ଏନେଇ ବବି ଦାସ କିମ୍ବା ଅଧିରାଜ ପାଣିଗ୍ରାହୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

Tags: