ରଥାରୁଢ ହେଲେ ମହାପ୍ରଭୁ

ସେହିଭଳି ଆଜି ସକାଳୁ ପ୍ରଭୁଙ୍କର ସମସ୍ତ ନୀତିକାନ୍ତି ସୁରୁଖୁରୁରେ ସମାପନ କରାଯାଇଥିବା ଦେଖିବାକୁ ମିଳିଛି । ଏହି ଅବସରରେ ସକାଳୁ ପ୍ରଭୁଙ୍କର ମଙ୍ଗଳ ଆଳତି, ମଇଲମ, ତଡପ ଲାଗି, ରୋଷହୋମ ଓ ଅବକାଶ ପରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା କରାଯାଇଥିଲା । ଏହାପରେ ମହାପ୍ରଭୁଙ୍କର ବେଶ କରାଯାଇଥିଲା, ଯାହାପରେ ଗୋପାଳବଲ୍ଲଭ ଓ ସକାଳ ଧୂପ କରାଯାଇ ମଙ୍ଗଳାର୍ପଣ କରାଯାଇଥିଲା । ଏହାପରେ ଆରମ୍ଭ ହୋଇଥିଲା ଶ୍ରୀଜିଉଙ୍କର ଧାଡି ପହଣ୍ଡି ପର୍ବ । ପ୍ରଥମେ ପ୍ରଭୁ ସୁଦର୍ଶନ ପହଣ୍ଡି […]

ରଥାରୁଢ ହେଲେ ମହାପ୍ରଭୁ
Samaya Live Picture
Published On

ସେହିଭଳି ଆଜି ସକାଳୁ ପ୍ରଭୁଙ୍କର ସମସ୍ତ ନୀତିକାନ୍ତି ସୁରୁଖୁରୁରେ ସମାପନ କରାଯାଇଥିବା ଦେଖିବାକୁ ମିଳିଛି । ଏହି ଅବସରରେ ସକାଳୁ ପ୍ରଭୁଙ୍କର ମଙ୍ଗଳ ଆଳତି, ମଇଲମ, ତଡପ ଲାଗି, ରୋଷହୋମ ଓ ଅବକାଶ ପରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା କରାଯାଇଥିଲା । ଏହାପରେ ମହାପ୍ରଭୁଙ୍କର ବେଶ କରାଯାଇଥିଲା, ଯାହାପରେ ଗୋପାଳବଲ୍ଲଭ ଓ ସକାଳ ଧୂପ କରାଯାଇ ମଙ୍ଗଳାର୍ପଣ କରାଯାଇଥିଲା । ଏହାପରେ ଆରମ୍ଭ ହୋଇଥିଲା ଶ୍ରୀଜିଉଙ୍କର ଧାଡି ପହଣ୍ଡି ପର୍ବ । ପ୍ରଥମେ ପ୍ରଭୁ ସୁଦର୍ଶନ ପହଣ୍ଡି ହୋଇ ରଥକୁ ବିରାଜମାନ ହୋଇଥିଲେ । ଏହାପରେ ବଡଠାକୁର ଶ୍ରୀବଳଭଦ୍ର ଦେବ , ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥ ଧାଡି ପହଣ୍ଡିରେ ରଥାରୁଢ ହୋଇଛନ୍ତି । ପହଣ୍ଡି କାର୍ଯ୍ୟ ସୁରୁଖୁରୁରେ ସରିବା ପରେ ଅନ୍ୟନୀତିକାନ୍ତି ସମାପନ କରାଯାଇ ୪ଟାରେ ରଥ ଟଣା ହେବା ନିମନ୍ତେ ସମୟ ନିର୍ଘଣ୍ଟ କରାଯାଇଛି ।

Tags: