ରଥଯାତ୍ରା ପାଇଁ ଲୋକାରଣ୍ୟ ପୁରୀ
ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ଲୋକାରଣ୍ୟ ହୋଇଛି ପୁରୀ ସହର । ସାରା ବିଶ୍ୱରୁ ପ୍ରଭୁଙ୍କର ରଥଯାତ୍ରାରେ ସାମିଲ ହେବା ପାଇଁ ଭକ୍ତମାନଙ୍କର ସମାଗମ ଘଟିଛି ବଡଦାଣ୍ଡରେ । ଚଳିତ ରଥଯାତ୍ରାରେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଭକ୍ତଙ୍କର ସମାଗମ ହେବ ବୋଲି ପୂର୍ବରୁ ଆକଳନ କରାଯାଇଛି , ଯାହାକୁ ନେଇ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥିପାଇଁ ରାଜ୍ୟ ସରକାର, ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆବଶ୍ୟକ ବନ୍ଦୋବସ୍ତ […]
ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ଲୋକାରଣ୍ୟ ହୋଇଛି ପୁରୀ ସହର । ସାରା ବିଶ୍ୱରୁ ପ୍ରଭୁଙ୍କର ରଥଯାତ୍ରାରେ ସାମିଲ ହେବା ପାଇଁ ଭକ୍ତମାନଙ୍କର ସମାଗମ ଘଟିଛି ବଡଦାଣ୍ଡରେ । ଚଳିତ ରଥଯାତ୍ରାରେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଭକ୍ତଙ୍କର ସମାଗମ ହେବ ବୋଲି ପୂର୍ବରୁ ଆକଳନ କରାଯାଇଛି , ଯାହାକୁ ନେଇ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥିପାଇଁ ରାଜ୍ୟ ସରକାର, ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆବଶ୍ୟକ ବନ୍ଦୋବସ୍ତ କରାଯାଇଛି । ରଥଯାତ୍ରା ସମୟରେ ସବୁଠାରୁ ଗୁରୁତ୍ୱ ବହନ କରିଥାଏ ସୁରକ୍ଷା ବ୍ୟବସ୍ଥା ଓ ଭିଡ଼ ପରିଚାଳନା । ସେଥିପାଇଁ ପ୍ରଶାସନ ଓ ରାଜ୍ୟସରକାରଙ୍କ ପକ୍ଷରୁ ଟ୍ରାଫିକ୍ ବ୍ୟବସ୍ଥା, ଶ୍ରୀମନ୍ଦିର ଭିତର ସୁରକ୍ଷା, କର୍ଡନ ଭିତର ସୁରକ୍ଷା, କର୍ଡନ ବାହାର ସୁରକ୍ଷା, ଗହଳି ନିୟନ୍ତ୍ରଣ, ସୁରକ୍ଷା ବ୍ୟବସ୍ଥା, ଉପକୂଳ ସୁରକ୍ଷା ମଧ୍ୟ କରାଯାଇଛି । ସମଗ୍ର ପୁରୀ ସହରକୁ ଏଆଇ କ୍ୟାମେରା ଭିତରେ ମଧ୍ୟ ରଖାଯାଇଛି ।




