ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପୁରୀ ଓ ଭୁବନେଶ୍ୱରରେ କାରକେଡ଼ ରିହର୍ସଲ

ପୁରୀ : ଆସନ୍ତା କାଲି ଗୁରୁବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଭୁବନେଶ୍ୱରରୁ ପୁରୀ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଗୁରୁବାର ସକାଳ ୧୦ଟା ୫୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ରାଷ୍ଟ୍ରପତି । ସେଥିପାଇଁ ପୁଲିସ ଛାଉଣୀରେ ରହିବ ବିମାନବନ୍ଦରରୁ ରାଜଭବନ। ସୁରକ୍ଷା ପାଇଁ ମୁତୟନ ହେବେ ୫୫ ପ୍ଲାଟୁନ୍ ଫୋର୍ସ। ଏହାସହ ୩ ଶହ ଜଣ ବରିଷ୍ଠ ପୁଲିସ ଅଧିକାରୀ ସୁରକ୍ଷା ଦାୟିତ୍ୱରେ ରହିବେ। ରାଷ୍ଟ୍ରପତି […]

Samaya Live Picture
Published On

ପୁରୀ : ଆସନ୍ତା କାଲି ଗୁରୁବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଭୁବନେଶ୍ୱରରୁ ପୁରୀ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଗୁରୁବାର ସକାଳ ୧୦ଟା ୫୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ରାଷ୍ଟ୍ରପତି । ସେଥିପାଇଁ ପୁଲିସ ଛାଉଣୀରେ ରହିବ ବିମାନବନ୍ଦରରୁ ରାଜଭବନ। ସୁରକ୍ଷା ପାଇଁ ମୁତୟନ ହେବେ ୫୫ ପ୍ଲାଟୁନ୍ ଫୋର୍ସ। ଏହାସହ ୩ ଶହ ଜଣ ବରିଷ୍ଠ ପୁଲିସ ଅଧିକାରୀ ସୁରକ୍ଷା ଦାୟିତ୍ୱରେ ରହିବେ। ରାଷ୍ଟ୍ରପତି ବିମାନବନ୍ଦର ପହଁଚିବା ପରେ ବାୟୁସେନାର ସ୍ୱତନ୍ତ୍ର ହେଲିପ୍ୟାଡରେ ଯିବେ ପୁରୀ । ଶ୍ରୀମନ୍ଦିର ଯାଇଁ ମହାପ୍ରଭୁଙ୍କୁ ଦର୍ଶନ କରିବେ ।

ସେହିପରି ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ କାର୍ଯ୍ୟକ୍ରମକୁ ନେଇ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଗସ୍ତ ପୂର୍ବରୁ ପୁରୀରେ କାରକେଡ଼ ରିହର୍ସଲ କରାଯାଇଛି । ତାଳବଣିଆ ହେଲିପ୍ୟାଡ଼ ଠାରୁ ଶ୍ରୀମନ୍ଦିର ସିଂହଦ୍ୱାର ପର୍ଯ୍ୟନ୍ତ ହୋଇଥିଲା ରିହର୍ସଲ । ରିହର୍ସଲରେ ପୋଲିସ, ଜିଲ୍ଲାପ୍ରଶାସନର ଅଧିକାରୀ ସାମିଲ ଥିଲେ । ଏଥିପାଇଁ ରାଜ୍ୟ ସରକାର ଆବଶ୍ୟକ ପୁଲିସ ଫୋର୍ସ ଯୋଗାଇ ଦେଇଛନ୍ତି। ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ନିୟୋଜିତ ହେବେ ୨୪ ପ୍ଲାଟୁନ ପୋଲିସ ଫୋର୍ସ। ସିଂହଦ୍ୱାର ସମ୍ମୁଖରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଓ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ।

ଭୁବନେଶ୍ୱରରେ ମଧ୍ୟ ରାଷ୍ଟ୍ରପତିଙ୍କ ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ୧୧ ତାରିଖରେ ସେ ଭୁବନେଶ୍ୱରର ଖଣ୍ଡଗିରିରେ ଥିବା ତପୋବନ ସ୍କୁଲ ଓ ୟୁନିଟ-୨ ଗାର୍ଲସ ହାଇସ୍କୁଲ ଯିବେ । ସେ ସବୁ ସ୍ଥାନ ମାନଙ୍କରେ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ କିଭଳି ରହିବ ସୁରକ୍ଷା ବ୍ୟବସ୍ଥା ତାର ଆଜି ଫୁଲ ଡ୍ରେସ୍ ରିହରର୍ସାଲ କରାଯିବ। ସହ ଭୁବନେଶ୍ୱର ଏୟାରପୋର୍ଟରେ ରାଷ୍ଟ୍ରପତିଙ୍କୁ କିଭଳି ଗାର୍ଡ ଅଫ୍ ଅନର ପ୍ରଦାନ କରାଯିବ ତାର ମଧ୍ୟ ରିହର୍‌ର୍ସଲ କରିଛି ପୁଲିସ।

ଅନ୍ୟପଟେ ରାଷ୍ଟ୍ରପତିଙ୍କ ଠାକୁର ଦର୍ଶନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ପ୍ରୋଟକଲ ଅନୁସାରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା କେନ୍ଦ୍ରାଞ୍ଚଳ ଆଇଜି ସୂଚନା ଦେଇଛନ୍ତି।

Tags: