କାର-ଟ୍ରକ ମୁହାଁମୁହିଁ ଧକ୍କା, ୪ ମୃତ,୧ ଗୁରୁତର
ତିଗିରିଆ : ଆଠଗଡ଼ ଥାନା ତିଗିରିଆ ଥାନା ଅନ୍ତର୍ଗତ ନୂଆସଡକ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାର ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୩ ଜଣଙ୍କ ମୃତ୍ୟୁ ଘଟିବା ସହିତ ୨ ଗୁରୁତର ଆହତ ହୋଇଛନ୍ତି I ଗୁରୁତର ୨ ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଆଠଗଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେଠାରେ ମଧ୍ୟ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସ୍ଥାନୀୟ ଲୋକେ ଏବଂ ତିଗିରିଆ ପୁଲିସ ପହଞ୍ଚି […]
ତିଗିରିଆ : ଆଠଗଡ଼ ଥାନା ତିଗିରିଆ ଥାନା ଅନ୍ତର୍ଗତ ନୂଆସଡକ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାର ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୩ ଜଣଙ୍କ ମୃତ୍ୟୁ ଘଟିବା ସହିତ ୨ ଗୁରୁତର ଆହତ ହୋଇଛନ୍ତି I
ଗୁରୁତର ୨ ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଆଠଗଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେଠାରେ ମଧ୍ୟ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସ୍ଥାନୀୟ ଲୋକେ ଏବଂ ତିଗିରିଆ ପୁଲିସ ପହଞ୍ଚି ମୃତଦେହ ଗୁଡିକୁ ଉଦ୍ଧାର କରିଛି। ମୃତକମାନଙ୍କ ପରିଚୟ ମିଳି ନ ଥିବା ବେଳେ ସମସ୍ତେ ନୂଆପାଟଣା ବିନ୍ଧାଣିମା ଅଂଚଳର ବୋଲି ଜଣାପଡିଛି। ତେବେ ସମସ୍ତ ମୃତାହତ କାର ଯାତ୍ରୀ ଥିଲେ ବୋଲି ଜଣା ପଡିଛି I




