ଟ୍ରକ ପଛରେ କାର ପିଟି ହୋଇ ୨ ମୃତ
ଯାଜପୁର : ମକର ସଂକ୍ରାନ୍ତିରେ ଘଟିଯାଇଛି ମର୍ମନ୍ତୁଦ ସଡକ ଦୁର୍ଘଟଣା I ଯାଜପୁର ନିକଟ କୁଆଖିଆ ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ମୂଳାପାଳ ଛକ ନିକଟରେ ଏକ ଟ୍ରକ୍ ପଛକୁ ପିଟି ହୋଇ ଯାଇଛି ଏକ କାର୍ । ଦୁର୍ଘଟଣା ଏତେ ଜୋର୍ ଥିଲା ଯେ ଘଟଣା ସ୍ଥଳରେ ହିଁ ଦୁଇଜଣଙ୍କର ମୃତ୍ୟୁ ହୋଇ ଯାଇଥିଲା । ମୃତକ ଦୁଇ ଜଣ ଜଗତସିଂହପୁର ଏରସମା ଅଞ୍ଚଳର ବୋଲି ଜଣାପଡ଼ିଛି ତେବେ ସେମାନଙ୍କ ପରିଚୟ ମିଳି […]
ଯାଜପୁର : ମକର ସଂକ୍ରାନ୍ତିରେ ଘଟିଯାଇଛି ମର୍ମନ୍ତୁଦ ସଡକ ଦୁର୍ଘଟଣା I ଯାଜପୁର ନିକଟ କୁଆଖିଆ ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ମୂଳାପାଳ ଛକ ନିକଟରେ ଏକ ଟ୍ରକ୍ ପଛକୁ ପିଟି ହୋଇ ଯାଇଛି ଏକ କାର୍ । ଦୁର୍ଘଟଣା ଏତେ ଜୋର୍ ଥିଲା ଯେ ଘଟଣା ସ୍ଥଳରେ ହିଁ ଦୁଇଜଣଙ୍କର ମୃତ୍ୟୁ ହୋଇ ଯାଇଥିଲା । ମୃତକ ଦୁଇ ଜଣ ଜଗତସିଂହପୁର ଏରସମା ଅଞ୍ଚଳର ବୋଲି ଜଣାପଡ଼ିଛି ତେବେ ସେମାନଙ୍କ ପରିଚୟ ମିଳି ପାରି ନାହିଁ। ସେମାନେ ଆଜି ସକାଳେ ଘଟଗାଁ ତାରିଣୀ ଦର୍ଶନ ସାରି ଫେରୁଥିଲେ ଘନ କୁହୁଡି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କଥା କୁହାଯାଉଛି I I ଦୁର୍ଘଟଣା ଖବର ପାଇ କୁଆଖିଆ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।




