କେନାଲ ଭିତରକୁ କାର ପଶିଯାଇ ଯୁବକଙ୍କ ମୃତ୍ୟୁ

କଟକ : ଭାରସାମ୍ୟ ହରାଇ କେନାଲ ଭିତରକୁ ପଶିଗଲା କାର । ପାଣିରେ ବୁଡିଯିବା ଫଳରେ ଯୁବକଙ୍କ ମୃତ୍ୟୁ । କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ଭେଡା ପଟ୍ଟାମୁଣ୍ଡାଇ କେନାଲରେ ଏହି ଅଘଟଣ ଘଟିଛି । ଯୁବକ ଜଣକ ନିଜ ଘର ଅରିଲୋକୁ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ଅରିଲୋ ଗ୍ରାମର ବ୍ରହ୍ମାନନ୍ଦ ରାଉତଙ୍କ ପୁଅ ଅନୀଲ କୁମାର ରାଉତ […]

Samaya Live Picture
Published On

କଟକ : ଭାରସାମ୍ୟ ହରାଇ କେନାଲ ଭିତରକୁ ପଶିଗଲା କାର । ପାଣିରେ ବୁଡିଯିବା ଫଳରେ ଯୁବକଙ୍କ ମୃତ୍ୟୁ । କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ଭେଡା ପଟ୍ଟାମୁଣ୍ଡାଇ କେନାଲରେ ଏହି ଅଘଟଣ ଘଟିଛି । ଯୁବକ ଜଣକ ନିଜ ଘର ଅରିଲୋକୁ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ଅରିଲୋ ଗ୍ରାମର ବ୍ରହ୍ମାନନ୍ଦ ରାଉତଙ୍କ ପୁଅ ଅନୀଲ କୁମାର ରାଉତ ବାପାଙ୍କୁ ନେବା ପାଇଁ ନିଜ କାରରେ ଭୁବନେଶ୍ବରରୁ ଅରିଲୋ ଆସୁଥିଲେ । ସେହି ସମୟରେ ଭେଡା ଠାରେ ଭାରସାମ୍ୟ ହରାଇ ପଟ୍ଟାମୁଣ୍ଡାଇ କେନାଲ ମଧ୍ୟକୁ କାରଟି ଖସିପଡି ବୁଡି ଯାଇଥିଲା । ଏହି ସମୟରେ ପାଖ ବିଲରେ କାମ କରୁଥିବା କିଛି ଲୋକ ଗାଡିର କାଚ ଭାଙ୍ଗି ଅନୀଲଙ୍କୁ ଉଦ୍ଧାର କରିବା ସହ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ମାହାଙ୍ଗା ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Tags: