କାର-ବସ୍ ମୁହାଁମୁହିଁ ଧକ୍କା, ୨ ମୃତ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଚାଂଚେର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା I ଗତକାଲି ବିଳମ୍ବିତ ରାତିରେ ଦିଲଖୁସ୍ ନାମକ ଏକ ଘରୋଇ ଯାତ୍ରୀବାହୀ ବସ ଗୋଟିଏ କାରକୁ ସାମ୍ନା ପଟୁ ଧକ୍କା ଦେଇଥିଲା । ବସ୍ ଧକ୍କାରେ କାରଟି ଚୁରମାର ହୋଇ ଯାଇଛି । ଏହି ଦୁର୍ଘଟଣାରେ କାରରେ ଥିବା ୨ ଯୁବକଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ କାର୍‌ରେ ଥିବା ୨ ମହିଳା ଙ୍କ ସମେତ ଜଣେ ୩ ମାସର […]

Samaya Live Picture
Published On

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଚାଂଚେର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା I ଗତକାଲି ବିଳମ୍ବିତ ରାତିରେ ଦିଲଖୁସ୍ ନାମକ ଏକ ଘରୋଇ ଯାତ୍ରୀବାହୀ ବସ ଗୋଟିଏ କାରକୁ ସାମ୍ନା ପଟୁ ଧକ୍କା ଦେଇଥିଲା । ବସ୍ ଧକ୍କାରେ କାରଟି ଚୁରମାର ହୋଇ ଯାଇଛି । ଏହି ଦୁର୍ଘଟଣାରେ କାରରେ ଥିବା ୨ ଯୁବକଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ କାର୍‌ରେ ଥିବା ୨ ମହିଳା ଙ୍କ ସମେତ ଜଣେ ୩ ମାସର ଶିଶୁ ଗୁରୁତର ହୋଇଛନ୍ତି। ସମସ୍ତ ମୃତାହତଙ୍କୁ ଉଦ୍ଧାର କରି ଭବାନୀପାଟଣା ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି I ମୃତକ ୨ ଯୁବକଙ୍କ ମଧ୍ୟରୁ ଜଣେ କଳାହାଣ୍ଡି ଓ ଜଣେ ଯାଜପୁରରର ହୋଇଥିବା ଜଣ ପଡିଛି I ଅନ୍ୟପଟେ ବସ୍‌ର ସମସ୍ତ ଯାତ୍ରୀ ଏହି ଦୁର୍ଘଟଣାରେ ସୁରକ୍ଷିତ ଥିବା ଜଣାଯାଇଛି। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି I

Tags: