କାର ଓ ଟ୍ରକ ମୁହାଁମୁହିଁ ଧକ୍କା,୨ ସାଙ୍ଗଙ୍କ ମୃତ୍ୟୁ

ବାଲେଶ୍ୱର : ବାଲେଶ୍ବର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ କୁରୁଡ଼ା ଓଭରବ୍ରିଜ୍‌ ଉପରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା I କାର ଓ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ସାଙ୍ଗଙ୍କର ମୃତ୍ୟୁ ଘଟିଛି I ମୃତକ ୨ ଜଣ ହେଲେ ସୋରୋ ଅଞ୍ଚଳର ମାୟାଧର ରାଜ ଏବଂ ଔପଦା ଅଞ୍ଚଳର ଶ୍ରୀକାନ୍ତ ପଣ୍ଡା I ତେବେ ୨ ସାଙ୍ଗ ଅନ୍ୟ ଜଣେ ସାଙ୍ଗ ଦୀପକ ପ୍ରଧାନଙ୍କ ପାଇଁ ନୂଆ କାର କିଣିବାକୁ ଯାଉଥିବା […]

Samaya Live Picture
Published On

ବାଲେଶ୍ୱର : ବାଲେଶ୍ବର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ କୁରୁଡ଼ା ଓଭରବ୍ରିଜ୍‌ ଉପରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା I କାର ଓ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ସାଙ୍ଗଙ୍କର ମୃତ୍ୟୁ ଘଟିଛି I ମୃତକ ୨ ଜଣ ହେଲେ ସୋରୋ ଅଞ୍ଚଳର ମାୟାଧର ରାଜ ଏବଂ ଔପଦା ଅଞ୍ଚଳର ଶ୍ରୀକାନ୍ତ ପଣ୍ଡା I ତେବେ ୨ ସାଙ୍ଗ ଅନ୍ୟ ଜଣେ ସାଙ୍ଗ ଦୀପକ ପ୍ରଧାନଙ୍କ ପାଇଁ ନୂଆ କାର କିଣିବାକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି I

ସୂଚନାନୁସାରେ,ମାୟାଧର ଜଣେ ରେଲ୍ୱେ କର୍ମଚାରୀ I ଏବଂ ଶ୍ରୀକାନ୍ତ ଓ ଦୀପକ ଦୁଇଜଣ ଜମି ବ୍ୟବସାୟୀ I ଦୀପକଙ୍କର ପୁରୁଣା ଗାଡି ମାରୁତି ସ୍ବିଫ୍ଟ ଡ଼ିଜାୟର କୁ ଏକ୍ସଚେଞ୍ଜ କରି ନୂଆ ଗାଡି କିଣିବା ପାଇଁ ବାଲେଶ୍ୱର ସ୍ଥିତ ବାମପଦା ହୁଣ୍ଡାଇ ସୋରୁମ କୁ ଯାଉଥିଲେ I ଏହି ସମୟରେ କୁରୁଡ଼ା ଓଭରବ୍ରିଜ୍‌ ଉପରେ କୋଲକାତାରୁ ଭୁବନେଶ୍ବର ଅଭିମୁଖେ ଯାଉଥିବା ଏକ ଫୁଲ ବୋଝେଇ ଟ୍ରକ୍‌ (ଓଡି୦୨ସିଜେ-୨୫୧୬) ମୁହାଁମୁହିଁ ଧକ୍କା ଦେଇଥିଲା କାର୍‌କୁ। ଦୁର୍ଘଟଣା ଏତେ ଆକସ୍ମିକ ଓ ଭୟଙ୍କର ଥିଲା ଯେ, କାର୍‌ର ସମ୍ମୁଖ ଭାଗ ଭାଙ୍ଗି ଚୂନା ହୋଇ ଯାଇଥିଲା। ଘଟଣା ସ୍ଥଳରେ ହିଁ ଦୁଇ ସାଙ୍ଗଙ୍କର ମୃତ୍ୟୁ ଘଟିଛି I ଦୁର୍ଘଟଣା ପରେ ଫୁଲ ବୋଝେଇ ଟ୍ରକ୍‌ର ଡ୍ରାଇଭର ଓ ହେଲପର୍‌ ଗାଡ଼ି ଛାଡ଼ି ଫେରାର ହୋଇ ଯାଇଥିଲେ। ଦୁର୍ଘଟଣା ଖବର ପାଇ ବାଲେଶ୍ୱର ସଦର ଥାନା ପୋଲିସ ପହଁଚି ମୃତକଙ୍କୁ ଉଦ୍ଧାର କରି ବାଲେଶ୍ୱର ମୁଖ୍ୟ ଡାକ୍ତରଖାନା ପହଞ୍ଚାଇବା ସହ ଘଟଣାର ତଦନ୍ତ ଜାରି ରଖିଛି I

Tags: