କାର ଦୁର୍ଘଟଣା ଜଣେ ମୃତ,୨ ଗୁରୁତର
ଚଣ୍ଡିଖୋଲ : ଭାରସାମ୍ୟ ହରାଇ ଡିଭାଇଡରରେ କାର ପିଟି ହୋଇ ୧ ମୃତ ୨ ଗୁରୁତର I ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ଧର୍ମଶାଳା ଥାନା ୧୬ନମ୍ବର ଜାତୀୟ ରାଜପଥର ରଥିଆ ଛକ ନିକଟରେ I ଦୁର୍ଘଟଣାରେ ମୃତକ ହେଉଛନ୍ତି ଥାନୁଆଳ ପଞ୍ଚାୟତ ଝାରଶୋଳ ଗ୍ରାମର ସତ୍ୟପ୍ରକାଶ ଦୋରା (୨୪) ଏବଂ ଆହତ ମାନେ ହେଲେ ଦିଲୀପ ଦେହୁରୀ(୨୨) ଓ ଆଦିତ୍ୟ ରାୟ(୨୮)। ଏହି ୩ ଜଣ ଯୁବକ ଏକ ସ୍ବିଫ୍ଟ ଡ଼ିଜାୟର କାର୍ (ଓଡି୦୨ବି […]
ଚଣ୍ଡିଖୋଲ : ଭାରସାମ୍ୟ ହରାଇ ଡିଭାଇଡରରେ କାର ପିଟି ହୋଇ ୧ ମୃତ ୨ ଗୁରୁତର I ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ଧର୍ମଶାଳା ଥାନା ୧୬ନମ୍ବର ଜାତୀୟ ରାଜପଥର ରଥିଆ ଛକ ନିକଟରେ I ଦୁର୍ଘଟଣାରେ ମୃତକ ହେଉଛନ୍ତି ଥାନୁଆଳ ପଞ୍ଚାୟତ ଝାରଶୋଳ ଗ୍ରାମର ସତ୍ୟପ୍ରକାଶ ଦୋରା (୨୪) ଏବଂ ଆହତ ମାନେ ହେଲେ ଦିଲୀପ ଦେହୁରୀ(୨୨) ଓ ଆଦିତ୍ୟ ରାୟ(୨୮)। ଏହି ୩ ଜଣ ଯୁବକ ଏକ ସ୍ବିଫ୍ଟ ଡ଼ିଜାୟର କାର୍ (ଓଡି୦୨ବି ୩୯୪୫)ରେ ଚଣ୍ତିଖୋଲ ପଟୁ ଜାରକା ଆସୁଥିଲେ। ଏହି ସମୟରେ କାର୍ଟି ଭାରସାମ୍ୟ ହରାଇ ଡିଭାଇଡର ଓ ସିସିଟିଭି କ୍ୟାମେରା ଲାଗିଥିବା ଖୁଣ୍ଟରେ ପିଟି ହୋଇ ଯାଇଥିଲା। ସ୍ଥାନୀୟ ଲୋକେ ଏମାନଙ୍କୁ ଉଦ୍ଧାର କରି ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ସତ୍ୟପ୍ରକାଶଙ୍କୁ ମୃତ ଘୋଷଣା କରାଯାଇଥିଲା। ଆହତମାନଙ୍କୁ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ମୃତଦେହ ଓ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ପୁଲିସ ଜବତ କରିଛି।




