କ୍ୟାପିଟାଲ ଥାନା ଘେରିଲେ ସ୍ମାର୍ଟ ସିଟି ଅନ ଲାଇନ ଅଟୋ ଚାଳକ
ଭୁବନେଶ୍ୱର : କ୍ୟାପିଟାଲ ଥାନା ଘେରାଉ କରିଛନ୍ତି ସ୍ମାର୍ଟ ସିଟି ଅନ ଲାଇନ ଅଟୋ ଚାଳକ ଅଟୋ ଚାଳକ ସଂଘ । ରାଜଧାନୀରେ ଅନଲାଇନ ଅଟୋ ସେବା ସମ୍ପୂର୍ଣ୍ଣ ଠପ ହୋଇଯାଇଛି । ଅନଲାଇନ ରେ ହୋଇପାରୁନାହିଁ ଅଟୋ ବୁକିଂ। କ୍ୟାପିଟାଲ ଥାନା ସମ୍ମୁଖରେ ଲମ୍ବା ଲାଇନରେ ଅଟୋ ଶହ ଶହ ସଂଖ୍ୟାରେ ଅଟୋ ସବୁ ଛିଡା ହୋଇଛି । ଫଳରେ ରାଜମହଲରୁ ଏଜି ଛକ ପର୍ଯ୍ୟନ୍ତ ରାସ୍ତା ସମ୍ପୂର୍ଣ୍ଣ ଜାମ୍ ହୋଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇ […]
ଭୁବନେଶ୍ୱର : କ୍ୟାପିଟାଲ ଥାନା ଘେରାଉ କରିଛନ୍ତି ସ୍ମାର୍ଟ ସିଟି ଅନ ଲାଇନ ଅଟୋ ଚାଳକ ଅଟୋ ଚାଳକ ସଂଘ । ରାଜଧାନୀରେ ଅନଲାଇନ ଅଟୋ ସେବା ସମ୍ପୂର୍ଣ୍ଣ ଠପ ହୋଇଯାଇଛି । ଅନଲାଇନ ରେ ହୋଇପାରୁନାହିଁ ଅଟୋ ବୁକିଂ। କ୍ୟାପିଟାଲ ଥାନା ସମ୍ମୁଖରେ ଲମ୍ବା ଲାଇନରେ ଅଟୋ ଶହ ଶହ ସଂଖ୍ୟାରେ ଅଟୋ ସବୁ ଛିଡା ହୋଇଛି । ଫଳରେ ରାଜମହଲରୁ ଏଜି ଛକ ପର୍ଯ୍ୟନ୍ତ ରାସ୍ତା ସମ୍ପୂର୍ଣ୍ଣ ଜାମ୍ ହୋଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି ।
ସୂଚନା ଅନୁସାରେ,ରାତିରେ ଯାତ୍ରୀଙ୍କୁ ଅଟୋରେ ବସାଇବା ନେଇ କିଛି ଦିନ ତଳେ ଅନଲାଇନ ସ୍ମାର୍ଟସିଟି ଅଟୋ ଚାଳକ ସଂଘର ଜଣଙ୍କୁ ମାଡ ହୋଇଥିଲା । ଷ୍ଟେସନ ଅଟୋ ଚାଳକ ସଂଘର କିଛି ପିଲା ମାଡ ମାରିବା ନେଇ ଅଭିଯୋଗ ହୋଇଥିଲା । ଗତକାଲି ଉଭୟ ଗୋଷ୍ଠୀର ପିଲାଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ । ତେବେ ଅଟୋ ଚାଳକ ସଂଘ ଅଭିଯୋଗ କରିଛି ଯେ ଦୋଷୀକୁ ପୁଲିସ ଗିରଫ ନକରି ନିର୍ଦୋଷକୁ ଗିରଫ କରିଛି । ଏହାର ପ୍ରତିବାଦରେ କ୍ୟାପିଟାଲ ଥାନାକୁ ଘେରାଉ କରିଛି ସ୍ମାର୍ଟ ସିଟି ଅଟୋ ଚାଳକ ସଂଘ ।




