ରାଜଧାନୀ ରାଜନୀତି : ନଡ୍ଡାଙ୍କ ରଣହୁଙ୍କାର କୁ ବିଜେଡି ର ପାୱାର ସୋ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ରେ ଦୁଇ ଶକ୍ତିଶାଳୀ ରାନୈତିକ ଦଳର ଶକ୍ତିପ୍ରଦର୍ଶନ I କେନ୍ଦ୍ରରୁ୨ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧକ୍ଷ୍ୟ ଜେ.ପି.ନଡ୍ଡା I ଏହି ଅବସରରେ ଗତକାଲି ଜନତା ମୈଦାନରେ ରାଜ୍ୟ ବିଜେପି ପକ୍ଷରୁ ବିଶାଳ ସମାବେଶ ଆୟୋଜନ କରାଯାଇଥିଲା I ସମାବେଶ ରେ ଯୋଗଦେଇ ଜେପି.ନଡ୍ଡାଙ୍କ ସହିତ ବିଜେପି ର ଆଗଧାଡିର ନେତାମାନେ ରାଜ୍ୟ ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଇଥିଲେ I ପ୍ରତି ପଞ୍ଚାୟତକୁ ନେଇ ଗଠିତ ଦଳର ଶକ୍ତିକେନ୍ଦ୍ର ମାନଙ୍କରୁ […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ରେ ଦୁଇ ଶକ୍ତିଶାଳୀ ରାନୈତିକ ଦଳର ଶକ୍ତିପ୍ରଦର୍ଶନ I କେନ୍ଦ୍ରରୁ୨ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧକ୍ଷ୍ୟ ଜେ.ପି.ନଡ୍ଡା I ଏହି ଅବସରରେ ଗତକାଲି ଜନତା ମୈଦାନରେ ରାଜ୍ୟ ବିଜେପି ପକ୍ଷରୁ ବିଶାଳ ସମାବେଶ ଆୟୋଜନ କରାଯାଇଥିଲା I ସମାବେଶ ରେ ଯୋଗଦେଇ ଜେପି.ନଡ୍ଡାଙ୍କ ସହିତ ବିଜେପି ର ଆଗଧାଡିର ନେତାମାନେ ରାଜ୍ୟ ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଇଥିଲେ I ପ୍ରତି ପଞ୍ଚାୟତକୁ ନେଇ ଗଠିତ ଦଳର ଶକ୍ତିକେନ୍ଦ୍ର ମାନଙ୍କରୁ ଆସିଥିବା କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରି ସରକାରଙ୍କ ଉପରେ କଡ଼ା ହମଲା କରିଛନ୍ତି। କହିଛନ୍ତି- ଓଡ଼ିଶା ସରକାର ଦୁର୍ନୀତି ଓ ଭ୍ରଷ୍ଟାଚାରରେ ଆକଣ୍ଠ ବୁଡ଼ିଛି। କେନ୍ଦ୍ରୀୟ ଯୋଜନା ହଡ଼ପ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କଥା ଉଠାଇ ଏ ସରକାର ଖାଲି ଠପ୍ପା ମାରିବା ଜାଣିଛି ବୋଲି କହିଛନ୍ତି।ଏହା ସହିତ ପୋଡା ଟ୍ରାନ୍ସଫର୍ମର ସରକାରଙ୍କୁ ମୂଳରୁ ଓପାଡିବା ଭଳି ପ୍ରସଙ୍ଗକୁ ପୁଣି ଦୋହରା ଯାଇଥିଲା I
ସେହିପରି ସ୍ୱାସ୍ଥ୍ୟର ଅବ୍ୟବସ୍ଥା ଏବଂ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ନହେବାକୁ ନେଇ ବର୍ଷିଛନ୍ତି। ସେହିପରି ରକ୍ଷକ-ଭକ୍ଷକ କଥା ଉଠାଇ ରାଜ୍ୟରେ ଚାଲିଥିବା ଶାସନ ବ୍ୟବସ୍ଥା ଉପରେ ବି ତୀବ୍ର ହମଲା କରିଛନ୍ତି। କହିଛନ୍ତି- ଏଠିକାର ୩ ଜଣ ମନ୍ତ୍ରୀଙ୍କ ନାଁରେ ହତ୍ୟା ଅଭିଯୋଗ ଅଛି ଯଦି ମନ୍ତ୍ରୀ ହତ୍ୟାରେ ସାମିଲ ଥିବେ, ତେବେ କି ଶାସନ ଚାଲିବ ବୋଲି ପ୍ରଶ୍ନ କରିଛନ୍ତି। କେବଳ ସେତିକି ନୁହେଁ, ଦୀର୍ଘଦିନ ଧରି ଚର୍ଚ୍ଚାରେ ରହି ଆସିଥିବା ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ଉଖାରି ସରକାରଙ୍କୁ କଟାକ୍ଷ କରିଛନ୍ତାି କହିଛନ୍ତି- ଏଠି ସରକାର ଡୁପ୍ଲିକେଟ୍, ତେଣୁ ଚାବି ବି ଡୁପ୍ଲିକେଟ୍। ଏଭଳି ସରକାରକୁ ଓପାଡ଼ି ଫିଙ୍ଗି ବିଜେପି ଶାସନକୁ ଆଣିବାକୁ ଆହ୍ୱାନ ଦେଇଛନ୍ତି ନଡ୍ଡା। ସେହିପରି ଓଡିଶା ସରକାରଙ୍କ ସମସ୍ତ ବିଫଳତାକୁ ପ୍ରସଙ୍ଗ କରି ସମାଲୋଚନା କରିଥିଲେ I ଏହାସହିତ ସେ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ନେଇ ଏହା ସୁରକ୍ଷିତ ନୁହେଁ ବୋଲି କହିଥିଲେ I ଏହି ମହାସଭାରେ ନଡ୍ଡା ଜାତୀୟ ଦଳ କଂଗ୍ରେସରେ ଆଉ ଜାତୀୟତା ନାହିଁ ଏବଂ ଏହା ଭାଇଭଉଣୀ ଓ ପରିବାର ପାର୍ଟି ହୋଇଛି । ସେହିପରି ପରିବାରବାଦର ରାଜନୀତି ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ଅଛି । ଓଡ଼ିଶାରେ ବିଜୁଙ୍କ ନାଁରେ ପାର୍ଟି ରହିଛି । ବିଜେପିକୁ ଛାଡ଼ି ଦେଲେ ଅନ୍ୟ ସବୁ ପରିବାର ପାର୍ଟି । ବିଜେପି ହେଉଛି ବିଚାରଧାରାର ପାର୍ଟି ବୋଲି ସେ କହିଛନ୍ତି । ଏହାସହିତ ମୋଦି ସରକାରଙ୍କ ବାର୍ତ୍ତାକୁ ନେଇ ପ୍ରତ୍ୟେକ ବୁଥରେ ପହଂଚାଇବାକୁ ସେ ଆହ୍ୱାନ କରିଛନ୍ତି ।
ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନିବେଶକ ସମ୍ମିଳନୀ ପାଇଁ ବେଙ୍ଗାଲୁରୁ ଗସ୍ତରେ ଥିବାବେଳେ ଗତକାଲି ନଡ୍ଡାଙ୍କ ରଣହୁଙ୍କାରକୁ ଟକ୍କର ଦେଇ ବରମୁଣ୍ଡା ପଡିଆରେ ବିଜେଡି ପ୍ରସ୍ତୁତି କରିଛି ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ । ଯେଉଁଥିରେ ଯୁବ, ଛାତ୍ର, ମହିଳା, ବିଧାୟକ, ସାଂସଦ ଉପସ୍ଥିତି ଥିଲେ । ଆସନ୍ତା ଅକ୍ଟୋବର ୨ ରୁ ଗାନ୍ଧୀ ଜୟନ୍ତୀରୁ ବିଜେଡି ପଦଯାତ୍ରା ଆରମ୍ଭ କରିବ । ଏହାକୁ ସଫଳ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଛନ୍ତି । ଦଳର ବରିଷ୍ଠ ଉପସଭାପତି ଦେବୀ ମିଶ୍ର ପଂଚାୟତରେ ମିଳିଥିବା ଭୋଟ ପ୍ରତିଶତକୁ ବଢ଼ାଇବା ଉପରେ ମନ୍ତ୍ର ଦେଇଛନ୍ତି । ସାଂସଦ ସସ୍ମିତ ପାତ୍ର କିନ୍ତୁ କେନ୍ଦ୍ରକୁ ସିଧାସଳଖ ଟାର୍ଗେଟ କରିଥିଲେ । ଆବାସ, ପାଣ୍ଠି, ଉଷୁନା ଚାଉଳ, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗରେ ପାଠ ପଢେଇଥିଲେ ସସ୍ମିତ । ପଦଯାତ୍ରା ସମୟରେ ଏସବୁ ପ୍ରସଙ୍ଗ ଲୋକଙ୍କ ପାଖରେ ପହଞ୍ଚାଇବ ଦଳ ନିଜ ଭାଷଣରେ କହିଥିଲେ ସସ୍ମିତ । ବିଜେଡି କାର୍ଯ୍ୟକର୍ତ୍ତା ସମ୍ମିଳନୀର ଦ୍ୱିତୀୟ ସେସନ୍ରେ ମୋଟିଭେସନାଲ ସ୍ପିକର ଉଜ୍ଜଳ ପଟନି ବିଜେଡି କର୍ମୀଙ୍କୁ ଲିଡରସିପ ଜ୍ଞାନ ଦେଇଛନ୍ତି । ଆସନ୍ତାକାଲି ଦ୍ୱିତୀୟ ତଥା ଶେଷ ଦିନରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷ, କର୍ପୋରେଟର ମାନଙ୍କୁ ପ୍ରଶିକ୍ଷଣ ଦିଆଯିବ ।
ଗୋଟିଏ ପଟେ ବିଜେପିର କାର୍ଯ୍ୟକର୍ତ୍ତା ସମ୍ମିଳନୀ, ଏପଟେ ବିଜେଡିର ପ୍ରତିନିଧି ସମ୍ମିଳନୀ । ଅର୍ଥାତ ମୁହାଁମୁହିଁ ଦୁଇ ଦଳ । ତେବେ ଭୁବନେଶ୍ୱର ରେ ଦଳୀୟ କାର୍ଯ୍ୟକ୍ରମ ଏବଂ ଦଳୀୟ ସୁପ୍ରିମୋଙ୍କ ଅନୁପସ୍ଥିତି ପ୍ରସଙ୍ଗରେ ବିଜେଡି ଉପରେ ବର୍ଷିିଛି ବିଜେପି ।




