କ୍ୟାପିଟାଲ ହସ୍ପିଟାଲ କର୍ମଚାରୀଙ୍କ ଆତ୍ମହତ୍ୟା

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲ ଭିତରେ କର୍ମଚାରୀଙ୍କ ଆତ୍ମହତ୍ୟା I ହସ୍ପିଟାଲ ଏକ୍ସରେ ରୁମ୍‌ ଫ୍ୟାନରେ ଆତ୍ମହତ୍ୟା କରିଛନ୍ତି କର୍ମଚାରୀ I ତାଙ୍କ ନାଁ ପ୍ରଭାତ ମହାନ୍ତି I ସେ ଏକ୍ସରେ ବିଭାଗର ଆଟେଣ୍ଡାଣ୍ଟ ଭାବରେ କାର୍ଯ୍ୟରତ ଥିଲେ । ତେବେ ପ୍ରଭାତଙ୍କ ଆତ୍ମହତ୍ୟାର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ସୂଚନା ମୁତାବକ, ବୁଧବାର ରାତିରେ ପ୍ରଭାତଙ୍କର ନାଇଟ୍‌ ଡ୍ୟୁଟି ଥିଲା । ହେଲେ ଗୁରୁବାର ସକାଳୁ ତାଙ୍କୁ ଏକ୍ସରେ ରୁମରେ ଝୁଲନ୍ତା ଅବସ୍ଥାରେ […]

କ୍ୟାପିଟାଲ ହସ୍ପିଟାଲ କର୍ମଚାରୀଙ୍କ ଆତ୍ମହତ୍ୟା
Samaya Live Picture
Published On

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲ ଭିତରେ କର୍ମଚାରୀଙ୍କ ଆତ୍ମହତ୍ୟା I ହସ୍ପିଟାଲ ଏକ୍ସରେ ରୁମ୍‌ ଫ୍ୟାନରେ ଆତ୍ମହତ୍ୟା କରିଛନ୍ତି କର୍ମଚାରୀ I ତାଙ୍କ ନାଁ ପ୍ରଭାତ ମହାନ୍ତି I ସେ ଏକ୍ସରେ ବିଭାଗର ଆଟେଣ୍ଡାଣ୍ଟ ଭାବରେ କାର୍ଯ୍ୟରତ ଥିଲେ । ତେବେ ପ୍ରଭାତଙ୍କ ଆତ୍ମହତ୍ୟାର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି ।

ସୂଚନା ମୁତାବକ, ବୁଧବାର ରାତିରେ ପ୍ରଭାତଙ୍କର ନାଇଟ୍‌ ଡ୍ୟୁଟି ଥିଲା । ହେଲେ ଗୁରୁବାର ସକାଳୁ ତାଙ୍କୁ ଏକ୍ସରେ ରୁମରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ ଏକ୍ସରେ ବିଭାଗର ଅନ୍ୟ କର୍ମଚାରୀମାନେ । ଏହା ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ସାହାଯ୍ୟରେ ପ୍ରଭାତଙ୍କୁ ସେଠାରୁ ଉଦ୍ଧାର କରି କାଜୁଆଲିଟି ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷାଣ କରିଥିଲେ । ଏ ନେଇ କ୍ୟାପିଟାଲ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ଘଟଣାର ତଦନ୍ତ ଚଳାଇଛି କ୍ୟାପିଟାଲ ଥାନା ପୋଲିସ ।

Tags: