ସକାଳ ୧୧ ଟା ସୁଦ୍ଧା ୪୧ ଡିଗ୍ରୀ ପାର କଲା ରାଜଧାନୀ

ଭୁବନେଶ୍ୱର : ମୌସୁମୀ ଆସିବାରେ ବିଳମ୍ବ ଯୋଗୁଁ ତତଲା ତାୱାରେ ଭାଜି ହେଉଛି ଓଡିଶା I ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ତାପମାତ୍ର I ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଲୋକେ I ରାଜଧାନୀ ଭୁବନେଶ୍ୱରରେ ବି ବଢି ଚାଲିଛି ଅସମ୍ଭାଳ ତାତି I ଆଜି ଅପରାହ୍ନ ୧୧ ତା ସୁଦ୍ଧା ୪୧.୭ ରେ ପହଂଚିଛି ପାରଦ I ଆଗାମୀ ୩ରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ଭୀଷଣ ଗ୍ରୀଷ୍ମପ୍ରବାହ […]

Samaya Live Picture
Published On

ଭୁବନେଶ୍ୱର : ମୌସୁମୀ ଆସିବାରେ ବିଳମ୍ବ ଯୋଗୁଁ ତତଲା ତାୱାରେ ଭାଜି ହେଉଛି ଓଡିଶା I ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ତାପମାତ୍ର I ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଲୋକେ I ରାଜଧାନୀ ଭୁବନେଶ୍ୱରରେ ବି ବଢି ଚାଲିଛି ଅସମ୍ଭାଳ ତାତି I ଆଜି ଅପରାହ୍ନ ୧୧ ତା ସୁଦ୍ଧା ୪୧.୭ ରେ ପହଂଚିଛି ପାରଦ I ଆଗାମୀ ୩ରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ଭୀଷଣ ଗ୍ରୀଷ୍ମପ୍ରବାହ ବା ସିଭିଅର ହିଟ୍ ୱେଭ୍ ହେବାର ସମ୍ଭବାନା ଥିବା କହିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର । ଗତ ୨୪ ଘଣ୍ଟାରେ ପ୍ରାୟ ସବୁ ଜିଲ୍ଲାରେ ସ୍ୱାଭାବିକ ଠାରୁ ୭ରୁ ୮ ଡିଗ୍ରୀ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି ।

ପାଣିପାଗ ବିଭାଗ ପକ୍ଷରୁ ପ୍ରଦତ୍ତ ସୂଚନା ଅନୁଯାୟୀ ରାଜ୍ୟରେ ଅସହ୍ୟ ଗୁଳୁଗୁଳି ଜାରି ରହିବ। ଏଣେ ଆହୁରି ୨ରୁ ଅଧିକ ଦିନ ରହିବ ତାତି। ଉପକୂଳରେ ତାତି ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ଅସହ୍ୟ ଗୁଳୁଗୁଳି। କିଛି ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକଠୁ ୪ରୁ ୬ ଡିଗ୍ରି ଅଧିକ ସମ୍ଭାବନା ରହିଛି। ଏଣୁ ନିହାତି ଆବଶ୍ୟକ ନ ଥିଲେ ଦିନ ୧୧ଟାରୁ ଅପରାହ୍ଣ ୩ଟା ଯାଏଁ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ଯଦିଓ ଏହି ଗରମ ଏବଂ ଗୁଳୁଗୁଳି ସହନୀୟ କିନ୍ତୁ ଛୋଟ ପିଲା,ବୟସ୍କ ବ୍ୟକ୍ତି ତଥା ରୋଗୀ ଶ୍ରେଣୀୟ ଲୋକମାନଙ୍କ ପାଇଁ ଏହା ଅତ୍ୟନ୍ତ ସମ୍ବେଦନଶୀଳ। ତେଣୁ ସିଧାସଳଖ ଖରାରୁ ଦୁରେଇ ରହିବା ସହ ଯଥେଷ୍ଟ ମାତ୍ରରେ ପାନୀୟ ଗ୍ରହଣ କରନ୍ତୁ ଏବଂ ରହୁଥିବା ସ୍ଥାନକୁ ଶୀତଳ ରଖିବାକୁ କୁହାଯାଇଛି।

ଅନ୍ୟପଟେ ଆଜି ସକାଳ ଦିନ ୮ ଟା ୩୦ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ସେଥି ମଧ୍ୟରୁ ସକାଳ ୫ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ୩୦ ଡ଼ିଗ୍ରୀ ତାପମାତ୍ରା ଏବଂ ୮୮ ପ୍ରତିଶତ ଆଦ୍ରତା ରେକର୍ଡ ରହିଥିଲା । ସେହିପରି ଝାରସୁଗୁଡାର ତାପମାତ୍ରା ୩୭.୨ ଡ଼ିଗ୍ରୀ ସେଲସିୟସ ରହିଥିବା ବେଳେ ସମ୍ବଲପୁର ୩୬.୬ ଡ଼ିଗ୍ରୀ ରହିଛି। ଆଜି ୮ ଜିଲ୍ଲାକୁ ଭୀଷଣ ଗ୍ରୀଷ୍ମଲହରୀ ଓ ୪ ଜିଲ୍ଲାକୁ ଗ୍ରୀଷ୍ମଲହରୀ ପାଇଁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।

Tags: