ଆଜି ରାଜ୍ୟ ବିଜେପି ସଭାପତି ପଦ ପାଇଁ ନାମାଙ୍କନ ଭରିବେ ଆଶାୟୀ
ଭୁବନେଶ୍ବର: ଆଜି ରାଜ୍ୟ ବିଜେପି ସଭାପତି ନିର୍ବାଚନ ପାଇଁ ନାମାଙ୍କନ ଭରିବେ ଆଶାୟୀ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସଭାପତି ନିର୍ବାଚନ ଅଧିକାରୀ ପ୍ରତାପ ଷଡ଼ଙ୍ଗୀ ଏବଂ ଦଳର ରାଷ୍ଟ୍ରୀୟ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ୱାଲ ତତ୍ତ୍ଵାବଧାନରେ ହେବ ଏହି ନିର୍ବାଚନ ପ୍ରକ୍ରିୟା । ବିଜେପି ସଭାପତି ପଦକୁ ନେଇ ରାଜ୍ୟରେ ଦୀର୍ଘଦିନ ଧରି ଚର୍ଚ୍ଚା ଲାଗି ରହିଛି । କିଏ ହେବେ ନୂଆ ମଙ୍ଗୁଆଳ । ମନମୋହନଙ୍କୁ ରିପିଟ କରିବ କି ଦଳ ? ନା ରେସ୍ରେ […]
ଭୁବନେଶ୍ବର: ଆଜି ରାଜ୍ୟ ବିଜେପି ସଭାପତି ନିର୍ବାଚନ ପାଇଁ ନାମାଙ୍କନ ଭରିବେ ଆଶାୟୀ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସଭାପତି ନିର୍ବାଚନ ଅଧିକାରୀ ପ୍ରତାପ ଷଡ଼ଙ୍ଗୀ ଏବଂ ଦଳର ରାଷ୍ଟ୍ରୀୟ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ୱାଲ ତତ୍ତ୍ଵାବଧାନରେ ହେବ ଏହି ନିର୍ବାଚନ ପ୍ରକ୍ରିୟା ।
ବିଜେପି ସଭାପତି ପଦକୁ ନେଇ ରାଜ୍ୟରେ ଦୀର୍ଘଦିନ ଧରି ଚର୍ଚ୍ଚା ଲାଗି ରହିଛି । କିଏ ହେବେ ନୂଆ ମଙ୍ଗୁଆଳ । ମନମୋହନଙ୍କୁ ରିପିଟ କରିବ କି ଦଳ ? ନା ରେସ୍ରେ ଦେଖିବାକୁ ମିଳିବ ନୂଆ ଚେହେରା । କାହା ମୁଣ୍ଡରେ ଢଳାଯିବ ସୁନାକଳସ । ବିଜେପି ରାଜ୍ୟ ସଭାପତି ପଦକୁ ନେଇ ରାଜ୍ୟରେ ଜୋରଦାର ଚର୍ଚ୍ଚା ଚାଲିଥିବା ବେଳେ ଆଜି ସଭାପତି ପଦ ପାଇଁ ନାମାଙ୍କନ ଦାଖଲ ହେବ ଆଉ ଆସନ୍ତାକାଲି ଘୋଷଣା ହେବ ନୂଆ ସଭାପତିଙ୍କ ନାମ ।
ଆଜି ଦିନ ୧୧ ଟାରୁ ୨ ଟା ଯାଏଁ ନାମାଙ୍କନ ଦାଖଲ ହେବ,୩ ଟା ମଧ୍ୟରେ ନାମାଙ୍କନ ଉପରେ ଆପତ୍ତି ଅଭିଯୋଗ ଯାଞ୍ଚ ହେବ,ଅପରାହ୍ଣ ୪ ଟା ସୁଦ୍ଧା ସୂଚୀ ପ୍ରକାଶ ପାଇବ ଓ ଚିହ୍ନ ବଣ୍ଟା ଯିବ,ଯଦି ଏକାଧିକ ପ୍ରାର୍ଥୀ ନାମାଙ୍କନ ଦାଖଲ କରନ୍ତି ତେବେ ଆସନ୍ତାକାଲି (ଜୁଲାଇ ୮ )ରେ ଭୋଟିଂ ହେବ । ୮ ତାରିଖ ସକାଳ ୯ ଟାରୁ ୧୧ ଟା ଯାଏଁ ମତଦାନ କରାଯିବ । ଦିନ ସାଢେ ୧୧ ଟା ସୁଦ୍ଧା ଚୂଡାନ୍ତ ଫଳାଫଳ ପ୍ରକାଶ ପାଇବ । ଗତକାଲି(ଜୁଲାଇ ୬ )ରେ ମତଦାତା ତାଲିକା ପ୍ରକାଶ ପାଇଛି । ସଭାପତି ପଦ ଦୋୖଡରେ ମନମୋହନ ସାମଲ,ସୁକାନ୍ତ ପାଣିଗ୍ରାହୀ,ଗୋଲୋକ ମହାପାତ୍ରଙ୍କ ସହ ବସନ୍ତ ପଣ୍ଡା ପ୍ରଭୃତିଙ୍କ ନାଁ ଆଗରେ ରହିଛି ।
ଅନ୍ୟପଟେ ବିଜେପି ୩୭ ସାଙ୍ଗଠନିକ ଜିଲ୍ଲାରୁ ୨୭୩ ଜଣ ସଭାପତି ନିର୍ବାଚନ ପ୍ରକ୍ରିୟାରେ ଭାଗ ନେବେ । ପ୍ରତି ସାଙ୍ଗଠନିକ ଜିଲ୍ଲାର ସଭାପତି ଓ ରାଜ୍ୟ ପରିଷଦର ସଦସ୍ୟ ଭୋଟ ଦେବେ ସଭାପତି ବାଛିବେ ।




