ଶାରୀରିକ ଯୋଗ୍ୟତା ପରୀକ୍ଷା ବେଳେ ପ୍ରାର୍ଥୀଙ୍କ ମୃତ୍ୟୁ
ଦେବଗଡ଼ : ହୋମଗାର୍ଡ ପରୀକ୍ଷା ବେଳେ ଅଘଟଣ । ଶାରୀରିକ ଯୋଗ୍ୟତା ପରୀକ୍ଷା ବେଳେ ଔସ୍ଥ ହେଲେ ପ୍ରାର୍ଥୀ । ଦୌଡ଼ିବା ବେଳେ ଅଚେତ ହୋଇ ପଡ଼ିଥିଲେ ହୋମଗାର୍ଡ ପ୍ରାର୍ଥୀ ସାହେବ ଦେହୁରୀ । ତାଙ୍କୁ ସେଠାରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସାହେବଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ସେହେବ ହେଉଛନ୍ତି ଦେବଗଡ଼ ଜିଲ୍ଲା ବୁଡ଼ିଦୋ ଗାଁର ପ୍ରଦୀପ କୁମାର ଦେହୁରୀଙ୍କ ପୁଅ I ଏହି ଅଘଟଣ ପରେ […]
ଦେବଗଡ଼ : ହୋମଗାର୍ଡ ପରୀକ୍ଷା ବେଳେ ଅଘଟଣ । ଶାରୀରିକ ଯୋଗ୍ୟତା ପରୀକ୍ଷା ବେଳେ ଔସ୍ଥ ହେଲେ ପ୍ରାର୍ଥୀ । ଦୌଡ଼ିବା ବେଳେ ଅଚେତ ହୋଇ ପଡ଼ିଥିଲେ ହୋମଗାର୍ଡ ପ୍ରାର୍ଥୀ ସାହେବ ଦେହୁରୀ । ତାଙ୍କୁ ସେଠାରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସାହେବଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ସେହେବ ହେଉଛନ୍ତି ଦେବଗଡ଼ ଜିଲ୍ଲା ବୁଡ଼ିଦୋ ଗାଁର ପ୍ରଦୀପ କୁମାର ଦେହୁରୀଙ୍କ ପୁଅ I ଏହି ଅଘଟଣ ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।
ସୂଚନାନୁସାରେ,ଦେବଗଡ଼ ଜିଲ୍ଲାରେ ୬୦ଟି ହୋମଗାର୍ଡ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହିକ୍ରମରେ ବୁଧବାର ଦିନ ହୋମଗାର୍ଡ ପଦବୀ ଲାଗି ଶାରୀରିକ ପରୀକ୍ଷା ଚାଲିଥିଲା । ଏହି ସମୟରେ ବୁଡ଼ିଦୋ ଗାଁର ପ୍ରଦୀପ କୁମାର ଦେହୁରୀଙ୍କ ପୁଅ ସାହେବ ଦେହୁରୀ ଦୌଡ଼ିବା ବେଳେ ଅଚେତ ହୋଇ ପଡିଥିଲେ । ଏହାପରେ ସେଠାରେ ଉପସ୍ଥିତ ଥିବା ପୋଲିସ କର୍ମଚାରୀମାନେ ସାହେବ ଦେହୁରୀଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ତେବେ ଅତ୍ୟଧିକ ଖରାରେ ଦୌଡ଼ିବା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି।
ପରୀକ୍ଷାର୍ଥୀଙ୍କ ପ୍ରାଣହାନି ବିଷୟରେ ଜାଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିବା ସହ ସାହେବଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୪ ଲକ୍ଷର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ।




