ମିଶନ ଶକ୍ତି ମା’ମାନଙ୍କୁ ମିଳିବ ପେନସନ- ପାଣ୍ଡିଆନ
ଭୁବନେଶ୍ୱର : ମିଶନ ଶକ୍ତି ମା’ମାନଙ୍କ ପାଇଁ ଖୁସି ଖବର I ୬୦ ବର୍ଷପରେ ମିଳିବ ପେନଶନ I ୫ ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ ଦେଲେ ବଡ଼ ପ୍ରତିଶ୍ରୁତି I ପୁରୀ କୃଷ୍ଣପ୍ରସାଦରେ ନିର୍ବାଚନ ପ୍ରଚାର ବେଳେ ଏହି ଘୋଷଣା କରିଛନ୍ତି ପାଣ୍ଡିଆନ I ସେଠାରେ ସେ ମୁଖ୍ୟମନ୍ତ୍ରୀଙ୍କର ୩ଟି ଦସ୍ତଖତ କଥା ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ପୁରୀ ବାସିନ୍ଦାଙ୍କ ଆଶୀର୍ବାଦ ହେଲେ ଏଠାରୁ ବିଜେଡିର ବିଧାୟକ ଓ ଏମପି ପ୍ରାର୍ଥୀ ଜିତିବେ, ଜୁନ ୯ରେ […]
ଭୁବନେଶ୍ୱର : ମିଶନ ଶକ୍ତି ମା’ମାନଙ୍କ ପାଇଁ ଖୁସି ଖବର I ୬୦ ବର୍ଷପରେ ମିଳିବ ପେନଶନ I ୫ ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ ଦେଲେ ବଡ଼ ପ୍ରତିଶ୍ରୁତି I ପୁରୀ କୃଷ୍ଣପ୍ରସାଦରେ ନିର୍ବାଚନ ପ୍ରଚାର ବେଳେ ଏହି ଘୋଷଣା କରିଛନ୍ତି ପାଣ୍ଡିଆନ I ସେଠାରେ ସେ ମୁଖ୍ୟମନ୍ତ୍ରୀଙ୍କର ୩ଟି ଦସ୍ତଖତ କଥା ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ପୁରୀ ବାସିନ୍ଦାଙ୍କ ଆଶୀର୍ବାଦ ହେଲେ ଏଠାରୁ ବିଜେଡିର ବିଧାୟକ ଓ ଏମପି ପ୍ରାର୍ଥୀ ଜିତିବେ, ଜୁନ ୯ରେ ପୁଣିଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶପଥ ନେବେ । ଶପଥ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ୩ଟି ଦସ୍ତଖତ କରିବେ । ପ୍ରଥମରେ ମାଗଣା ବିଜୁଳି ବିଲ ଉପରେ ଦସ୍ତଖତ କରିବେ, ଜୁଲାଇଠାରୁ ଆଉ ବିଜୁଳି ବିଲ ଆସିବନି । ଦ୍ୱିତୀୟରେ ବିଏସକେୱାଇ କାର୍ଡ ଯୋଜନା, ଯେଉଁଥିରେ ବାକି ରହିଯାଇଥିବା ପ୍ରତି ପରିବାରକୁ ବିଜୁ ସ୍ବାସ୍ଥ୍ୟ କାର୍ଡ ଯୋଗାଇଦିଆଯିବ । ତୃତୀୟ ଦସ୍ତଖତ କରି ମିଶନ ଶକ୍ତି ମା’ଙ୍କର ବହୁ ଦିନର ଇଚ୍ଛାକୁ ପୂରଣ କରିବେ ମୁଖ୍ୟମନ୍ତ୍ରୀ।
ବହୁ ଦିନରୁ ମିଶନ ଶକ୍ତି ମା’ଙ୍କର ଦାବି ଥିଲା ସେମାନଙ୍କୁ ଭତ୍ତା ମିଳୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୁନ ୯ ତାରିଖରେ ଶପଥ ନେବା ପରେ ସେମାନଙ୍କର ଏହି ଇଚ୍ଛାକୁ ପୂରଣ କରିବେ । ମିଶନ ଶକ୍ତି ଗ୍ରୁପର ମା’ ମାନଙ୍କୁ ୬୦ ବର୍ଷ ପରେ ପେନସନ ମିଳିବ ବୋଲି ପ୍ରଚାର ମଞ୍ଚ ଉପରୁ ପ୍ରତିଶ୍ରୁତି ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ ।
ସେହିପରି ପାଣ୍ଡିଆନ ସଭାରେ କହିଛନ୍ତି ବିରୋଧୀ କେବଳ ମିଛ ପ୍ରତିଶୃତି ଦେଉଛନ୍ତି I ବିଜେପିର ବହୁ ବଡ଼ବଡ଼ ନେତା କହିଥିଲେ ଚିଲିକାରେ ସେତୁ କରିବେ I ୨୦୧୪ ରେ ନିତିନ ଗଡ଼କରୀ ଆସି ଚିଲିକାରେ ସେତୁ କରିବା କଥା କହିଥିଲେ ,ହେଲେ ପରେ ଭୁଲିଗଲେ । ଏବେ ପୁଣି ନିର୍ବାଚନ ଆସିବାରୁ ଓଡିଶା କଥା ମନେପଡିଲା । ଏଥର ଆସି ପୁଣି ସେଇ ପୁରୁଣା କଥାକୁ ଦୋହରାଉଛନ୍ତି । ପୁଣି ଲୋକଙ୍କୁ ଚିଲିକା ସେତୁ କଥା କହି ଭୁଆଁ ବୁଲାଉଛନ୍ତି । କିନ୍ତୁ ଚିଲିକାରେ ସେତୁ ହୋଇପାରିବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଭୁପେନ୍ଦ୍ର ସିଂ କହିଥିଲେ I କୌଣସି କେନ୍ଦ୍ରମନ୍ତ୍ରୀଙ୍କ କଥାରେ ତାଳମେଳ ରହୁନି । ଲୋକଙ୍କ ନିଜ ନିର୍ବାଚନ ସ୍ୱାର୍ଥ ପାଇଁ ମିଛ କଥା କହୁଛନ୍ତି । ସେ ଲୋକମାନଙ୍କ ପାଇଁ କଣ ପ୍ରତିଶୃତି ଦେବେ I ନିଜ ସ୍ୱାର୍ଥ ପାଇଁ ନିର୍ବାଚନ ସମୟରେ ସେ ମିଛ କହୁଛନ୍ତି I




