ଅପରାହ୍ନରେ କ୍ୟାବିନେଟ ବୈଠକ

ଭୁବନେଶ୍ୱର : ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ । ବୁଧୁବାର ଅପରାହ୍ନ ୪ ଟା ସମୟରେ ଲୋକସେବା ଭବନର ୩ୟ ମହଲା ସମ୍ମିଳନୀ କକ୍ଷରେ ବୈଠକ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୈଠକରେ ଅଧ୍ୟକ୍ଷତା କରିବେ ।କ୍ୟାବିନେଟ୍‌ ବୈଠକରେ ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିପାରେ ବୋଲି ସୂଚନା ମିଳୁଛି । ବିଶେଷକରି ରାଜ୍ୟରେ ଜାତୀୟ ଶିକ୍ଷାନୀତି ୨୦୨୦ର ପ୍ରଚଳନ ସହ ଏକାଧିକ ପ୍ରସ୍ତାବକୁ ଅନୁମୋଦନ ମିଳିବ ବୋଲି ଜଣାପଡ଼ିଛି। […]

Samaya Live Picture
Published On

ଭୁବନେଶ୍ୱର : ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ । ବୁଧୁବାର ଅପରାହ୍ନ ୪ ଟା ସମୟରେ ଲୋକସେବା ଭବନର ୩ୟ ମହଲା ସମ୍ମିଳନୀ କକ୍ଷରେ ବୈଠକ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୈଠକରେ ଅଧ୍ୟକ୍ଷତା କରିବେ ।କ୍ୟାବିନେଟ୍‌ ବୈଠକରେ ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିପାରେ ବୋଲି ସୂଚନା ମିଳୁଛି । ବିଶେଷକରି ରାଜ୍ୟରେ ଜାତୀୟ ଶିକ୍ଷାନୀତି ୨୦୨୦ର ପ୍ରଚଳନ ସହ ଏକାଧିକ ପ୍ରସ୍ତାବକୁ ଅନୁମୋଦନ ମିଳିବ ବୋଲି ଜଣାପଡ଼ିଛି। ତେବେ ନିର୍ଦ୍ଦିଷ୍ଟ ଭାବେ କେଉଁ ପ୍ରସ୍ତାବ ଉପରେ ମୋହର ବାଜିବ ସେନେଇ କିଛି ସ୍ପଷ୍ଟ ଜଣାପଡ଼ି ନାହିଁ। ବିଧାନସଭା ଶୀତ ଅଧିବେଶନ ପୂର୍ବରୁ ବସିବାକୁ ଥିବା ଏହି କ୍ୟାବିନେଟ୍‌ରେ କେତେକ ପ୍ରସ୍ତାବ ପାରିତହୋଇ ତାହା ବିଧାନସଭାରେ ଆଗତ ହୋଇପାରେ।

Tags: