କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ସଡକ ଯୋଜନାକୁ ମଞ୍ଜୁରୀ

ଭୁବନେଶ୍ୱର : କ୍ୟାବିନେଟ ବୈଠକରେ ୮ଟି ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ଇ ଏହାମଧ୍ୟରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଆରମ୍ଭ କରାଯାଇଛି । ଏନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସୂଚନା ଦେଇଛନ୍ତି। ଏଥିରେ ରାଜ୍ୟର ପ୍ରମୁଖ ବାଣିଜ୍ୟ କେନ୍ଦ୍ର, ଶିକ୍ଷା, ସ୍ବାସ୍ଥ୍ୟନୁଷ୍ଠାନ, ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନକୁ ବସ ଗଡିବ। ଏଥିରେ ମହିଳା, ଛାତ୍ରଛାତ୍ରୀ ଭିନ୍ନକ୍ଷମ ଓ ତୃତୀୟ ଲିଙ୍ଗକୁ ଙ୍କୁ ୫୦ ପ୍ରତିଶତ ରିହାତି ଭଡା ମିଳିବ। ବସଗୁଡିକରେ ସିସିଟିଭି କ୍ୟାମେରା, ଲାଇଭ ଟ୍ରାକିଂ, […]

କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ସଡକ ଯୋଜନାକୁ ମଞ୍ଜୁରୀ
Samaya Live Picture
Published On

ଭୁବନେଶ୍ୱର : କ୍ୟାବିନେଟ ବୈଠକରେ ୮ଟି ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ଇ ଏହାମଧ୍ୟରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଆରମ୍ଭ କରାଯାଇଛି । ଏନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସୂଚନା ଦେଇଛନ୍ତି। ଏଥିରେ ରାଜ୍ୟର ପ୍ରମୁଖ ବାଣିଜ୍ୟ କେନ୍ଦ୍ର, ଶିକ୍ଷା, ସ୍ବାସ୍ଥ୍ୟନୁଷ୍ଠାନ, ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନକୁ ବସ ଗଡିବ। ଏଥିରେ ମହିଳା, ଛାତ୍ରଛାତ୍ରୀ ଭିନ୍ନକ୍ଷମ ଓ ତୃତୀୟ ଲିଙ୍ଗକୁ ଙ୍କୁ ୫୦ ପ୍ରତିଶତ ରିହାତି ଭଡା ମିଳିବ। ବସଗୁଡିକରେ ସିସିଟିଭି କ୍ୟାମେରା, ଲାଇଭ ଟ୍ରାକିଂ, ଯାତ୍ରୀ ସୂଚନା ବ୍ୟବସ୍ଥା ଓ ପାନିକ ବଟନ୍ ଇତ୍ୟାଦି ପରି ଆଧୁନିକ ବନ୍ଦୋବସ୍ତ ରହିଛି। ଓଏସଆରଟିସି ଅଧୀନରେ ଚଳାଚଳ କରିବ ବସ୍।

ଏହି ଯୋଜନାରେ ଏକ ହଜାର କୋଟି ବ୍ୟୟରେ ୫୦୦ କିଲୋମିଟର ନୂତନ ରାସ୍ତା ନିର୍ମାଣ ହେବ। ନିର୍ବାଚନ ମଣ୍ଡଳିରେ ଥିବା ସଡ଼କ ନିର୍ମାଣ ଓ ମରାମତି ଏବଂ ନିର୍ବାଚନମଣ୍ଡଳି ଅର୍ଥ ବ୍ୟବସ୍ଥା ନାଁରେ ନୂତନ ଯୋଜନାକୁ ମଞ୍ଜୁରୀ ମିଳିଛି। ପ୍ରାଣୀ ଚିକିତ୍ସା ବୈଷୟିକ ସେବା ନିୟମ ଏବଂ ପ୍ରାଣୀ ଚିକିତ୍ସା ବୈଷୟିକ ସେବା କ୍ୟାଡରରେ ୧୧୩ ନୂତନ ପଦବୀ ସୃଷ୍ଟି କରିବା ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିଛି ।

Tags: