୬ଟି ନଦୀ ସଂଯୋଗୀକରଣ ପ୍ରକଳ୍ପକୁ କ୍ୟାବିନେଟ ଅନୁମୋଦନ
ଭୁବନେଶ୍ୱର: ରାଜ୍ୟରେ ଦୂର ହେବ ଜଳ କଷ୍ଟ । ଆନ୍ତଃ ରାଜ୍ୟ ନଦୀ ସଂଯୋଗୀକରଣ ଯୋଜନାକୁ କ୍ୟାବନେଟ ଅନୁମୋଦନ ମିଳିଛି । ଆସନ୍ତା ୪ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଏହି ଯୋଜନାରେ ୬ଟି ପ୍ରକଳ୍ପ କାମ ହେବ । ଆସନ୍ତା ୪ ବର୍ଷ (୨୦୨୫ -୨୬ ଆର୍ଥିକ ବର୍ଷରୁ ଆରମ୍ଭ ହୋଇ 2029-30 ଆର୍ଥିକ ବର୍ଷ) ମଧ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ […]
ଭୁବନେଶ୍ୱର: ରାଜ୍ୟରେ ଦୂର ହେବ ଜଳ କଷ୍ଟ । ଆନ୍ତଃ ରାଜ୍ୟ ନଦୀ ସଂଯୋଗୀକରଣ ଯୋଜନାକୁ କ୍ୟାବନେଟ ଅନୁମୋଦନ ମିଳିଛି । ଆସନ୍ତା ୪ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।
ଏହି ଯୋଜନାରେ ୬ଟି ପ୍ରକଳ୍ପ କାମ ହେବ । ଆସନ୍ତା ୪ ବର୍ଷ (୨୦୨୫ -୨୬ ଆର୍ଥିକ ବର୍ଷରୁ ଆରମ୍ଭ ହୋଇ 2029-30 ଆର୍ଥିକ ବର୍ଷ) ମଧ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିରେ ପ୍ରାୟ ୧୭୯୦ କୋଟି ଟଙ୍କା ଖର୍ଚ୍ଚ ହୋଇପାରେ ବୋଲି ଆନୁମାନିକ ବ୍ୟୟ ଅଟକଳ କରିଛନ୍ତି ରାଜ୍ୟ ସରକାର ।
ଏନେଇ ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ର ଶେଖର ପାଢ଼ୀ କହିଛନ୍ତି,” ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟରେ ଆନ୍ତ ରାଜ୍ୟ ନଦୀ ସଂଯୋଗୀକରଣ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏହି ସ୍କିମରେ ୬ ଟି ପ୍ରକଳ୍ପ କାମ ହେବ । ଏହା ଫଳରେ ଜଳ କଷ୍ଟ ,ମରୁଡି ଭଳି ଅଭାବ ଦୂର କରି ଜଳ ଯୋଗାଣ ହେବ । ଯେଉଁ ଅଞ୍ଚଳରେ ଜଳ ଅଭାବ ରହିଛି ସେଠି ଜଳ ଉପଲବ୍ଧତା ନେଇ ସୁନିଶ୍ଚିତ କରିହେବ ଯାହାଦ୍ୱାରା ପାନୀୟ ଜଳ ଯୋଗାଣ ,ମରୁଡି ପ୍ରତିରୋଧ କରିବା, କୃଷି ଉତ୍ପାଦନ ବୃଦ୍ଧି ପାଇବ ।”
ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ :
୧ – କାଟ୍ରା ଲିଙ୍କ୍ ପ୍ରୋଜେକ୍ଟ (କାନ୍ସାପାଲ୍ ଆଇଏସ୍ଏସ୍),୨- ବଂଶଧାରା-ଋଷିକୂଲ୍ୟା ଆନ୍ତଃ-ଲିଙ୍କ୍ ପ୍ରକଳ୍ପ, ୩-ହୀରାଧରବତୀ ବନ୍ୟା ପ୍ରବାହ ଚ୍ୟାନେଲ୍ ପ୍ରକଳ୍ପ ,୪-ବାହୁଡା ତାମ୍ପରା ଲିଙ୍କ୍ ପ୍ରକଳ୍ପ,୫-ଅଙ୍ଗ-ସୁକତେଲ ଗରଲ୍ୟାଣ୍ଡ କେନାଲ ପ୍ରକଳ୍ପ ,୬ -ତେଲେନଗିରି-ଉଚ୍ଚ କୋଲାବ PSP ପ୍ରକଳ୍ପ ଆଦି ରହିଛି ।




