ପଦ୍ମପୁର ଭୋଟ ଗଣତି ୫ମ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ
ପଦ୍ମପୁର : ଆଜି ସକାଳ ୮ ଟାରୁ ପଦ୍ମପୁର ଉପନିର୍ବାଚନରେ ଭୋଟ୍ ଗଣତି ଚାଲିଛି I ଚଳିତଥର ୮୦.୫ ପ୍ରତିଶତ ମତଦାନ ହୋଇଥିବା ବେଳେ ମୋଟ ୨୩ ରାଉଣ୍ଡର ଗଣତି ହେବ । ତେବେ ବର୍ତ୍ତମାନ ୫ମ ରାଉଣ୍ଡର ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ଆଗରେ ରହିଛନ୍ତି । ବର୍ଷା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କଠାରୁ ୮୩୮୨ ଖଣ୍ଡ ଭୋଟରେ ଆଗରେ ଚାଲିଛନ୍ତି । ପ୍ରଥମ ରାଉଣ୍ଡରୁ ହିଁ […]
ପଦ୍ମପୁର : ଆଜି ସକାଳ ୮ ଟାରୁ ପଦ୍ମପୁର ଉପନିର୍ବାଚନରେ ଭୋଟ୍ ଗଣତି ଚାଲିଛି I ଚଳିତଥର ୮୦.୫ ପ୍ରତିଶତ ମତଦାନ ହୋଇଥିବା ବେଳେ ମୋଟ ୨୩ ରାଉଣ୍ଡର ଗଣତି ହେବ । ତେବେ ବର୍ତ୍ତମାନ ୫ମ ରାଉଣ୍ଡର ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ଆଗରେ ରହିଛନ୍ତି । ବର୍ଷା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କଠାରୁ ୮୩୮୨ ଖଣ୍ଡ ଭୋଟରେ ଆଗରେ ଚାଲିଛନ୍ତି । ପ୍ରଥମ ରାଉଣ୍ଡରୁ ହିଁ ବିଜେପି ପ୍ରାର୍ଥୀ ପଛରେ ଚାଲିଛନ୍ତି। ପ୍ରଥମ ରାଉଣ୍ଡରେ ଦଳ୧୭୧୨ ଖଣ୍ଡ ଭୋଟ୍ ପଛରେ ଥିଲା। ଗଣତି ବଢ଼ିବା ସହିତ ଏହି ବ୍ୟବଧାନ ବଢ଼ି ଚାଲିଛି।
ପଞ୍ଚମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡିକୁ ୨୬,୧୯୮ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିକୁ ୧୭୮୧୬ଖଣ୍ଡ ଓ କଂଗ୍ରେସକୁ ୮୪୫ ଖଣ୍ଡ ଭୋଟ୍ ମିଳିଛି। ସେହିପରି ଏହି ରାଉଣ୍ଡ ଶେଷ ସୁଦ୍ଧା ଅଖିଳ ଭାରତ ହିନ୍ଦୁ ମହାସଭାର ବିଦ୍ୟାଧର ପାଣ୍ଡବଙ୍କୁ ୬୭ ଖଣ୍ଡ ଭୋଟ୍ ମିଳିଥିବା ବେଳେ ଓଡ଼ିଶା ଜନତା ପାର୍ଟିର ମୁକ୍ତେଶ୍ୱର ଦାଶଙ୍କୁ ୪୯, ସ୍ୱାଧୀନ ପ୍ରାର୍ଥୀ ଉଦିତ ବୋନ୍ଦିଆଙ୍କୁ ୮୭, ଗଙ୍ଗାଧର ସାହାଙ୍କୁ ୯୬, ଦେବାର୍ଚ୍ଚନ ନାଏକଙ୍କୁ ୧୧୧, ବୃନ୍ଦାବନ ପୁରୋହିତଙ୍କୁ ୧୧୮ ଓ ଶେଷଦେବ ସାହୁଙ୍କୁ ୨୭୧ ଖଣ୍ଡ ଭୋଟ୍ ମିଳିଛି।
ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତେବେ ଚାଲିଛି ଭୋଟ ଗଣତି I ମୋଟ ୧୪ଟି ଟେବୁଲରେ ୨୩ ରାଉଣ୍ଡ ଗଣତି ହେବ I ତେବେ ବିଜେଡି କର୍ମୀ ମାନେ ବର୍ଷାଙ୍କ ଜିତିବାକୁ ନେଇ ଉତ୍ସାହିତ ଥିବା ବେଳେ ବିଜେପି ସମୟକୁ ଅପେକ୍ଷା କରି ରହିଛି I




