ସକାଳ ୮ ଟା ସୁଦ୍ଧା ୩୬ ଡିଗ୍ରୀ ଖରାରେ ଜଳୁଛି ତାଳଚେର

ଭୁବନେଶ୍ୱର : ରାଜ୍ୟରେ ଆତଙ୍କ ଖେଳାଇଛି ଗ୍ରୀଷ୍ମ ଲହରୀ I ଗତ ୨ ଦିନ ଧରି ରାଜଧାନୀ ଭୁବନେଶ୍ୱର ରହିଛି ସର୍ବାଧିକ ଉତପ୍ତ ସହର I ସେହିପରି ଆଜି ସକାଳୁ ସକାଳୁ ଜଳୁଛି ତାଳଚେର I ସକାଳ ୮ ଟା ସୁଦ୍ଧା ପାରଦ ପହଞ୍ଚିଲାଣି ୩୬ ଡିଗ୍ରୀ I ସେହିପରି ଅନୁଗୁଳ ଓ ବାଲେଶ୍ୱରରେ ୩୫ ଡିଗ୍ରୀ ପହଁଚିଥିବାବେଳେ ସକାଳ ୮ ଟା ସୁଦ୍ଧା ୩୪.୨ ଡିଗ୍ରୀ ରହିଛି ଭୁବନେଶ୍ୱରର ତାପମାତ୍ରା I ଆଗକୁ ଆହୁରି ଅସହ୍ୟ […]

Samaya Live Picture
Published On

ଭୁବନେଶ୍ୱର : ରାଜ୍ୟରେ ଆତଙ୍କ ଖେଳାଇଛି ଗ୍ରୀଷ୍ମ ଲହରୀ I ଗତ ୨ ଦିନ ଧରି ରାଜଧାନୀ ଭୁବନେଶ୍ୱର ରହିଛି ସର୍ବାଧିକ ଉତପ୍ତ ସହର I ସେହିପରି ଆଜି ସକାଳୁ ସକାଳୁ ଜଳୁଛି ତାଳଚେର I ସକାଳ ୮ ଟା ସୁଦ୍ଧା ପାରଦ ପହଞ୍ଚିଲାଣି ୩୬ ଡିଗ୍ରୀ I ସେହିପରି ଅନୁଗୁଳ ଓ ବାଲେଶ୍ୱରରେ ୩୫ ଡିଗ୍ରୀ ପହଁଚିଥିବାବେଳେ ସକାଳ ୮ ଟା ସୁଦ୍ଧା ୩୪.୨ ଡିଗ୍ରୀ ରହିଛି ଭୁବନେଶ୍ୱରର ତାପମାତ୍ରା I ଆଗକୁ ଆହୁରି ଅସହ୍ୟ ହେବ ଗ୍ରୀଷ୍ମ ପ୍ରବାହ ଦିନର ତାପମାତ୍ରା ୪ ରୁ ୬ ଡିଗ୍ରୀ ବୃଦ୍ଧି ପାଇ ୨୬ ତାରିଖ ବେଳକୁ ସାଙ୍ଘାତିକ ହେବ ହିଟୱେଭ I ହିଟୱେଭ ରୁ ସିଭିଅର ହିଟୱେଭ ହେବା ନେଇ ଆଶଙ୍କା ରହିଛି I ଆଗକୁ ୪ ଦିନ ପର୍ଯ୍ୟନ୍ତ ସ୍ଥିତି ଏଇଭଳି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି I

ପରିସ୍ଥିତିର ମୁକାବିଲା ପାଇଁ ଏସଆରସିଙ୍କ ଜିଲ୍ଲାପାଳ ମାନଙ୍କୁ ଚିଠି ଦ୍ୱାରା ନିର୍ଦେଶ ଜାରି ହୋଇଛି I ସେହିପରି ୨୭ ତାରିଖ ବେଳକୁ ରାଜ୍ୟର ଅଧା ଜିଲ୍ଲାରେ ଓରେଞ୍ଜ ୱାର୍ଣ୍ଣିଂ ଜାରି ହୋଇପାରେ ବୋଲି କୁହାଯାଇଛି । ସେପଟେ ଆଜି ଓ ଆସନ୍ତା କାଲି ମଧ୍ୟ ଗ୍ରୀଷ୍ମ ଲହରୀ ଜାରି ରହିବ I ହିଟୱେଭ ପାଇଁ ବାଲେଶ୍ୱର ,ଖୋର୍ଦ୍ଧା,ଗଞ୍ଜାମ,ଗଜପତି,କେନ୍ଦ୍ରାପଡା ,ଜଗତସିଂହପୁର,ଓ ନୂଆପଡା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି I

Tags: