୨୦୨୫ ସୁଦ୍ଧା ରାଜ୍ୟରେ ସମସ୍ତ ସ୍କୁଲରେ ଲାଗୁହେବ ଜାତୀୟ ଶିକ୍ଷା ନୀତି

ଭୁବନେଶ୍ୱର : ୨୦୨୫ ସୁଦ୍ଧା ରାଜ୍ୟରେ ସମସ୍ତ ସ୍କୁଲ ସ୍ତରରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଜନା ହେଉଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି । ରାଜ୍ୟରେ ଜାତୀୟ ଶିକ୍ଷା ନୀତି ଲାଗୁ କରିବା ପାଇଁ ଟାସ୍କଫୋର୍ସ ଗଠନ କରାଯାଇଛି । ୬ଟି ସବ୍ କମିଟି ଗଠନ ହୋଇଛି ଓ ଏହି ସବ୍ କମିଟି ପରାମର୍ଶ ଦେବେ । […]

Samaya Live Picture
Published On

ଭୁବନେଶ୍ୱର : ୨୦୨୫ ସୁଦ୍ଧା ରାଜ୍ୟରେ ସମସ୍ତ ସ୍କୁଲ ସ୍ତରରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଜନା ହେଉଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି । ରାଜ୍ୟରେ ଜାତୀୟ ଶିକ୍ଷା ନୀତି ଲାଗୁ କରିବା ପାଇଁ ଟାସ୍କଫୋର୍ସ ଗଠନ କରାଯାଇଛି । ୬ଟି ସବ୍ କମିଟି ଗଠନ ହୋଇଛି ଓ ଏହି ସବ୍ କମିଟି ପରାମର୍ଶ ଦେବେ । ସମସ୍ତ ସବକମିଟି ରେକମେଣ୍ଡସନ୍ ଦେବେ । ଏହା ପରେ ସମସ୍ତଙ୍କ ମତାମତ ନେଇ ଏନଇପି ଲାଗୁ କରାଯିବ । ବିଗତ ଦିନରେ ରାଜ୍ୟରେ ଥିବା ଶିକ୍ଷକ ଅଭାବକୁ ପୂରଣ କରିବା ବ୍ୟବସ୍ଥା ଆମେ କରୁଛୁ। ଶିକ୍ଷା କ୍ଷେତ୍ରରେ ଯାହା ଆବଶ୍ୟକ ତାହା ବିଭାଗ ପୂରଣ ପାଇଁ ଚେଷ୍ଟା କରୁଛି । ବୋଲି ପୁରଣ ପାଇଁ ଚେଷ୍ଟା କରୁଛି ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି ।

ସୂଚନାନୁସାରେ,ଚଳିତ ଶିକ୍ଷାବର୍ଷରୁ ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ଲାଗୁ ହେବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଥିବା ବେଳେ ପରବର୍ତ୍ତୀ ସମୟରେ ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତ ପ୍ରକାଶ ପାଇଥିଲା । ୨୦୨୪-୨୫ ଶିକ୍ଷା ବର୍ଷରୁ ସ୍ନାତକ (ୟୁଜି)ରେ ଏହା ଲାଗୁ ହେବା ନେଇ ବିଜ୍ଞପ୍ତିରେ କୁହାଯାଇଥିଲା । ନୂତନ ଶିକ୍ଷା ନୀତି ୨୦୨୦ ଅନୁସାରେ ରାଜ୍ୟର ଶିକ୍ଷାନୁଷ୍ଠାନମାନଙ୍କରେ ୪ ବର୍ଷିଆ ସ୍ନାତକ ପାଠପଢ଼ା ହେବ । ଏଥିସହିତ ପ୍ରତି ଶିକ୍ଷା ବର୍ଷ ପରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବ ।

Tags: