ବସ – ଟ୍ରକ ମୁହାଁମୁହିଁ ଧକ୍କା,୨୦ ରୁ ଉର୍ଧ୍ଵ ଯାତ୍ରୀ ଗୁରୁତର

ରାୟଗଡା : କାଠ ବୋଝେଇ ଟ୍ରକ ସହ ମୁହାଁମୁହିଁ ଧକ୍କା ହେଲା ବସ୍ । ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । କୋରାପୁଟ ଜିଲ୍ଲା ୩୨୬ ନମ୍ବର ଜାତୀୟ ରାଜପଥ ଲକ୍ଷ୍ମୀପୁର ଥାନା ଡୁମୁରିପଦର ବ୍ରିଜ ନିକଟରେ ଦୁର୍ଘଟଣା ଘଟିଛି । ସମସ୍ତ ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ବସଟି ରାୟଗଡ଼ାରୁ କୋରାପୁଟ ଯାଉଥିବାବେଳେ ସାମ୍ନାରୁ ଆସୁଥିବା ଟ୍ରକ ସହ ମୁହାଁମୁହିଁ ହୋଇଥିଲା । ତେବେ […]

Samaya Live Picture
Published On

ରାୟଗଡା : କାଠ ବୋଝେଇ ଟ୍ରକ ସହ ମୁହାଁମୁହିଁ ଧକ୍କା ହେଲା ବସ୍ । ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । କୋରାପୁଟ ଜିଲ୍ଲା ୩୨୬ ନମ୍ବର ଜାତୀୟ ରାଜପଥ ଲକ୍ଷ୍ମୀପୁର ଥାନା ଡୁମୁରିପଦର ବ୍ରିଜ ନିକଟରେ ଦୁର୍ଘଟଣା ଘଟିଛି । ସମସ୍ତ ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ବସଟି ରାୟଗଡ଼ାରୁ କୋରାପୁଟ ଯାଉଥିବାବେଳେ ସାମ୍ନାରୁ ଆସୁଥିବା ଟ୍ରକ ସହ ମୁହାଁମୁହିଁ ହୋଇଥିଲା । ତେବେ ଟ୍ରକ ଡ୍ରାଇଭର ଗାଡ଼ିରେ ଚାପିହୋଇ ରହିଥିବାବେଳେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ଉଦ୍ଧାର କରିଛି ।

Tags: