ବାଙ୍ଗିରିପୋଷି ଘାଟିରେ ବସ-ଟ୍ରକ ମୁହାଁମୁହିଁ ଧକ୍କା

ବାରିପଦା : ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଯାତ୍ରୀବାହୀ ବସ I ଘାଟିରେ ଯାତ୍ରୀବାହୀ ସହ ମୁହାଁମୁହିଁ ହେଲା ଲୁହାପଥର ବୋଝେଇ ଟ୍ରକ I କିନ୍ତୁ ଏଥିରେ କେହି ମୃତାହତ ହୋଇ ନଥିବା ବେଳେ ତଳି ଯାଇଛି ଏକ ବଡ଼ ବିପଦ I ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ I ‘ବାସୁଦେବ’ନାମକ ଏକ ଯାତ୍ରୀବାହୀ ବସ ଯାତ୍ରୀଙ୍କୁ ନେଇ କେଉଁଝର ଯାଉଥିବାବେଳେ ବାଙ୍ଗିରିପୋଷି ଘାଟିରେ ବ୍ରେକ୍‌ ଫେଲ୍‌ ହୋଇ ଏକ ଲୁହା ପଥର […]

Samaya Live Picture
Published On

ବାରିପଦା : ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଯାତ୍ରୀବାହୀ ବସ I ଘାଟିରେ ଯାତ୍ରୀବାହୀ ସହ ମୁହାଁମୁହିଁ ହେଲା ଲୁହାପଥର ବୋଝେଇ ଟ୍ରକ I କିନ୍ତୁ ଏଥିରେ କେହି ମୃତାହତ ହୋଇ ନଥିବା ବେଳେ ତଳି ଯାଇଛି ଏକ ବଡ଼ ବିପଦ I ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ I

‘ବାସୁଦେବ’ନାମକ ଏକ ଯାତ୍ରୀବାହୀ ବସ ଯାତ୍ରୀଙ୍କୁ ନେଇ କେଉଁଝର ଯାଉଥିବାବେଳେ ବାଙ୍ଗିରିପୋଷି ଘାଟିରେ ବ୍ରେକ୍‌ ଫେଲ୍‌ ହୋଇ ଏକ ଲୁହା ପଥର ବୋଝେଇ ଟ୍ରକ୍‌ ସାମ୍ନାପଟୁ ଧକ୍କା ଦେଇଥିଲା। ଜୀବନ ବିକଳରେ ଡ୍ରାଇଭର ବ୍ରେକ ମାରି ବସ୍‌କୁ ଅଟକାଇ ଦେଇଥିଲେ। ଯାହାଫଳରେ ବସ୍‌ଟି ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲା। ଯାତ୍ରୀମାନେ ସୁରକ୍ଷିତ ଅଛନ୍ତି। ଧକ୍କା ଦେଇ ଟ୍ରକଟି ରାସ୍ତା ଉପରେ ଓଲଟି ପଡିବା ଫଳରେ ଚାଳକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ବାଙ୍ଗିରିପୋଷି ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ଟ୍ରକଟି କେଉଁଝର ରୁ ଲୁହାପଥର ନେଇ କଲିକତା ଅଭିମୁଖେ ଯାଉଥିବା ଜଣାପଡିଛି I

Tags: