ବସ-ଟ୍ରକ ମୁହାଁମୁହିଁ ଧକ୍କା,୧୦ ଆହତ

ଯାଜପୁର : ଆଜି ସକାଳୁ ସକାଳୁ ଘଟିଯାଇଛି ମର୍ମନ୍ତୁଦ ସଡକ ଦୁର୍ଘଟଣା I ବସ-ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୧୦ ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି I ଘଟଣା ଘଟିଛି ଯାଜପୁର କବୀରପୁର ଅଞ୍ଚଳରେ I ବସଟି ଯାଜପୁରରୁ ବରୀ କାଇପଡ଼ାରୁ କଟକ ଆସୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରୁ ସମସ୍ତ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି । ତେବେ ଦୁର୍ଘଟଣା ଉଭୟ […]

Samaya Live Picture
Published On

ଯାଜପୁର : ଆଜି ସକାଳୁ ସକାଳୁ ଘଟିଯାଇଛି ମର୍ମନ୍ତୁଦ ସଡକ ଦୁର୍ଘଟଣା I ବସ-ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୧୦ ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି I ଘଟଣା ଘଟିଛି ଯାଜପୁର କବୀରପୁର ଅଞ୍ଚଳରେ I ବସଟି ଯାଜପୁରରୁ ବରୀ କାଇପଡ଼ାରୁ କଟକ ଆସୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରୁ ସମସ୍ତ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି । ତେବେ ଦୁର୍ଘଟଣା ଉଭୟ ଗାଡିର ଡ୍ରାଇଭର ଫେରାର ଥିବା ଜଣାପଡିଛି I

ସୂଚନାଅନୁସାରେ, ଆଜି ସକାଳେ ୬.୧୫ ରେ ଦେବଯାନୀ ନାମକ ଏକ ଯାତ୍ରୀବାହୀ ବସ ପ୍ରାୟ ୩୫ ଜଣ ଯାତ୍ରୀଙ୍କୁ ନେଇ ବରୀ କାଇପଡ଼ାରୁ କଟକ ଆସୁଥିଲା । ଏହି ସମୟରେ କବୀରପୁର ନିକଟ ମହେଶ୍ୱରପୁର ପେଟ୍ରୋଲ ପମ୍ପ ସାମ୍ନାରେ ବିପରୀତ ଦିଗରୁ ଆସୁଥିବା ଏକ ଚିପ୍ସ ବୋଝେଇ ଟ୍ରକ ସହ ବସଟି ମୁହାଁମୁହିଁ ଧକ୍କା ଦେଇଥିଲା । ଫଳରେ ୧୦ରୁ ଅଧିକ ବସ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି । ଖବର ପାଇ, ପୋଲିସ ପହଞ୍ଚି ଗାଡ଼ି ଦ୍ବୟକୁ ଜବତ କରିବା ସହିତ ଘଟଣାର ତଦନ୍ତ ଜାରି ରଖିଛି ।

Tags: