ସ୍ଥଗିତ ରହିଲା ବସ ଧର୍ମଘଟ, ୩୧ ତାରିଖ ପରେ ନିଷ୍ପତ୍ତି

ଭୁବନେଶ୍ୱର : ସ୍ଥଗିତ ରହିଲା ବସ ଧର୍ମଘଟ I ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ସଂଘ ଏହି ନିଷ୍ପତ୍ତି ନେଇଛି। ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକ୍ରମେ ଆସନ୍ତା ୩୧ ଯାଏ ଧର୍ମଘଟ ସ୍ଥଗିତ ରହିଲା ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ୨୦ ତାରିଖ ରାତି ଠାରୁ ୩୧ ତାରିଖ ଯାଏଁ ସ୍ଵାଭାଵିକ ରହିବ ଘରୋଇ ବସ ଚଳାଚଳ । ୨୦ ତାରିଖ ସନ୍ଧ୍ୟାରେ ଏହି ଘାସନରେ ହେବାପରେ ବିଭିନ୍ନ ସ୍ଥାନରୁ ଦୂରଗାମୀ ବସ୍‌ଗୁଡ଼ିକ ଯାତ୍ରା ଆରମ୍ଭ […]

Samaya Live Picture
Published On

ଭୁବନେଶ୍ୱର : ସ୍ଥଗିତ ରହିଲା ବସ ଧର୍ମଘଟ I ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ସଂଘ ଏହି ନିଷ୍ପତ୍ତି ନେଇଛି। ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକ୍ରମେ ଆସନ୍ତା ୩୧ ଯାଏ ଧର୍ମଘଟ ସ୍ଥଗିତ ରହିଲା ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ୨୦ ତାରିଖ ରାତି ଠାରୁ ୩୧ ତାରିଖ ଯାଏଁ ସ୍ଵାଭାଵିକ ରହିବ ଘରୋଇ ବସ ଚଳାଚଳ । ୨୦ ତାରିଖ ସନ୍ଧ୍ୟାରେ ଏହି ଘାସନରେ ହେବାପରେ ବିଭିନ୍ନ ସ୍ଥାନରୁ ଦୂରଗାମୀ ବସ୍‌ଗୁଡ଼ିକ ଯାତ୍ରା ଆରମ୍ଭ କରିଦେଇଛନ୍ତି। ପାର୍ବଣ ବେଳେ ଆଜି ଦିନତମାମ କଲବଲ ହୋଇଥିବା ଯାତ୍ରୀମାନେ ରାତିରେ ଆଶ୍ବସ୍ତି ଲାଭ କରିଛନ୍ତି।

ସୂଚନାନୁସାରେ,୨୦ ତାରିଖ ସନ୍ଧ୍ୟାରେ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ସରକାରୀ ବାସଭବନରେ ସଂଘର କର୍ମକର୍ତ୍ତାଙ୍କ ସହ ଆଲୋଚନା ହୋଇଥିଲା । ଦଶହରା ପରେ ୨୬ ତାରିଖରେ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ ବୈଠକରେ ସଂଘର ଦାବିଗୁଡ଼ିକ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶୃତି ପାଇବାପରେ ସଂଘର କୋର୍‌ କମିଟି ବୈଠକ ବସି ଧର୍ମଘଟ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲା ।

Tags: