ଦେଶର ପ୍ରମୁଖ ତୀର୍ଥସ୍ଥଳୀକୁ ଓଡିଶାରୁ ଆରମ୍ଭ ହେବ ବସ୍ ସେବା
ଭୁବନେଶ୍ୱର : ଜୁଲାଇ ୭ ଅନୁଷ୍ଠିତ ହେଉଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏହାପୂର୍ବରୁ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ରଥଯାତ୍ରାରେ ଯେପରି ରାଜ୍ୟର କୋଣ ଅନୁକୋଣରୁ ଶ୍ରଦ୍ଧାଳୁ ସାମିଲ୍ ହୋଇପାରିବେ ସେଥିପାଇଁ ରାଜ୍ୟ ସରକାର ବଡ଼ ଯୋଜନା କରିଛନ୍ତି। ରାଜ୍ୟର ପ୍ରତି ବ୍ଲକରୁ ପୁରୀକୁ ଗଡିବ ବସ । ୩୧୪ ବ୍ଲକରୁ ପୁରୀକୁ OSRTC ବସ ଗଡ଼ିବା ନେଇ ବୈଠକ ପରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ […]
ଭୁବନେଶ୍ୱର : ଜୁଲାଇ ୭ ଅନୁଷ୍ଠିତ ହେଉଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏହାପୂର୍ବରୁ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ରଥଯାତ୍ରାରେ ଯେପରି ରାଜ୍ୟର କୋଣ ଅନୁକୋଣରୁ ଶ୍ରଦ୍ଧାଳୁ ସାମିଲ୍ ହୋଇପାରିବେ ସେଥିପାଇଁ ରାଜ୍ୟ ସରକାର ବଡ଼ ଯୋଜନା କରିଛନ୍ତି। ରାଜ୍ୟର ପ୍ରତି ବ୍ଲକରୁ ପୁରୀକୁ ଗଡିବ ବସ । ୩୧୪ ବ୍ଲକରୁ ପୁରୀକୁ OSRTC ବସ ଗଡ଼ିବା ନେଇ ବୈଠକ ପରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି । କେଉଁ ବସ୍ କେତେବେଳେ ବାହାରିବ ଓ କେତେବେଳେ ପୁରୀରେ ପହଞ୍ଚିବ,ପୁରୀରୁ କେତେବେଳେ ବାହାରିବ ତାହା ଓଏସ୍ଆର୍ଟିସି ସ୍ଥିର କରିବ।
ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା OSRTC କାର୍ଯ୍ୟର ସମୀକ୍ଷା କରିଠନ୍ତି । ଏ ଅବସରରେ ବିଭାଗୀୟ ସଚିବ ଉଷା ପାଢ଼ୀଙ୍କ ସମେତ ପରିବହନ କମିଶନର ଓ OSRTC ମୁଖ୍ୟ ଉପସ୍ଥିତ ଥିଲେ । ସମୀକ୍ଷା ବୈଠକ ପରେ ପରିବହନ ମନ୍ତ୍ରୀ କହିଛନ୍ତି, ଓଡ଼ିଶାରୁ ଦେଶର ପ୍ରମୁଖ ତୀର୍ଥ ସ୍ଥଳୀକୁ ଆରମ୍ଭ ହେବ ବସ ସେବା । ଅଯୋଧ୍ୟା, ତିରୁପତି, ମହାକାଳେଶ୍ଵର, ବାରାଣସୀ ଓ ବୃନ୍ଦାବନକୁ ଗଡିବ ବସ୍ । ପୁରୀ, ଭୁବନେଶ୍ଵର, ବ୍ରହ୍ମପୁର ଓ ରାଉରକେଲା ଭଳି ପ୍ରମୁଖ ସ୍ଥାନରୁ ଏସବୁ ତୀର୍ଥ ସ୍ଥଳୀକୁ ଚାଲିବ ବସ ।
ଏହାସହ ରାଜ୍ୟରେ ଯେପରି ପରିବେଶ ଅନୁକୂଳ ଇଲେକ୍ଟ୍ରିକ ବସ୍ ଅଧିକରୁ ଅଦିକ ଚାଲିବ ସେ ନେଇ ଧ୍ୟାନ ଦିଆଯିବ । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲୋକମାନେ ଅଧିକରୁ ଅଧିକ ବସ୍ ସେବା ଯେଭଳି ପାଇବେ, ସେନେଇ ନିଷ୍ପତ୍ତି ହୋଇଛି । ପ୍ରାରମ୍ଭିକ ଭାବେ ୧୦୦ ବସ୍ କିଣିବାକୁ ନିଷ୍ପତ୍ତି ହୋଇଛି ।




