ଘାଟିରେ ବସ ଓଲଟି ୨୦ ଆହତ
ଦିଗପହଣ୍ଡି : ଘାଟିରେ ସିରିଜ ଦୁର୍ଘଟଣା । ଦୁଇଟି ବସ ମଧ୍ୟରେ ମୁହାଁମୁହିଁ ଧକ୍କା ହେବ। ଫଳରେ ଗୋଟିଏ ବସ ଘାଟି ତଳକୁ ଓଲଟି ପଡିବା ସହିତ ଅନ୍ୟ ଏକ ବସ ଏବଂ ପିକଅପ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗଜପତି ଜିଲ୍ଲା ମୋହନା ଥାନା ରାମଗଡ ଘାଟିରେ ଏହି ଦୁର୍ଘଟଣା ଘଟିଛି। ଆଜି ସକାଳୁ ମାଲକାନଗିରିରୁ ପୁରୀ ଯାଉଥିବା ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ବସ ଓ ମହାକାଳ ନାମକ ଆଉ ଗୋଟିଏ ଯାତ୍ରୀବାହୀ ବସ ଘାଟିରେ […]
ଦିଗପହଣ୍ଡି : ଘାଟିରେ ସିରିଜ ଦୁର୍ଘଟଣା । ଦୁଇଟି ବସ ମଧ୍ୟରେ ମୁହାଁମୁହିଁ ଧକ୍କା ହେବ। ଫଳରେ ଗୋଟିଏ ବସ ଘାଟି ତଳକୁ ଓଲଟି ପଡିବା ସହିତ ଅନ୍ୟ ଏକ ବସ ଏବଂ ପିକଅପ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗଜପତି ଜିଲ୍ଲା ମୋହନା ଥାନା ରାମଗଡ ଘାଟିରେ ଏହି ଦୁର୍ଘଟଣା ଘଟିଛି।
ଆଜି ସକାଳୁ ମାଲକାନଗିରିରୁ ପୁରୀ ଯାଉଥିବା ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ବସ ଓ ମହାକାଳ ନାମକ ଆଉ ଗୋଟିଏ ଯାତ୍ରୀବାହୀ ବସ ଘାଟିରେ ମୁହାଁମୁହିଁ ଧକ୍କା ହେବା ଫଳରେ ଶ୍ରୀ ଜଗନ୍ନାଥ ବସ ବ୍ରେକ ଡାଉନ ହୋଇ ଗୋଟିଏ ପିକ ଅପ ଭ୍ୟାନକୁ ଧକ୍କା ଦେଇ ରାସ୍ତାରେ ୨୦ ଫୁଟ ତଳକୁ ଓଲଟି ପଡିଥିଲା । ଫଳରେ ଶ୍ରୀ ଜଗନ୍ନାଥ ବସ୍ ରେ ଥିବା ୨୦ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ୬ ଜଣ ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି।




