ବାଇକକୁ ଧକ୍କା ଦେଇ ଘୋଷାରି ନେଲା ବସ,୧ ମୃତ

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ପୁଇଁତଳା ଠାରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା I ବାପା ,ମା’ ଝିଅ ଏକ ବାଇକ୍ରେ ଯାଉଥିବା ସମୟରେ ପଛ ପଟୁ ଏକ ଯାତ୍ରୀବାହୀ ବସ ଧକ୍କା ଦେଇଥିଲା I ଏହି ଦୁର୍ଘଟଣାରେ ବାପା ଓ ମା’ ଛିଟିକି ପଡିଥିବା ବେଳେ ବାଇକ ସହ ଝିଅକୁ ପ୍ରାୟ ଅଧା କିଲୋମିର ପର୍ଯ୍ୟନ୍ତ ଘୋଷାରି ନେଇଥିଲା ବସ I ଏଥିରେ ଗୁରୁତର ହୋଇ ଝିଅର ମୃତ୍ୟୁ ଘଟିଛି Iଏହି ଘଟଣା ପରେ […]

Samaya Live Picture
Published On

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ପୁଇଁତଳା ଠାରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା I ବାପା ,ମା’ ଝିଅ ଏକ ବାଇକ୍ରେ ଯାଉଥିବା ସମୟରେ ପଛ ପଟୁ ଏକ ଯାତ୍ରୀବାହୀ ବସ ଧକ୍କା ଦେଇଥିଲା I ଏହି ଦୁର୍ଘଟଣାରେ ବାପା ଓ ମା’ ଛିଟିକି ପଡିଥିବା ବେଳେ ବାଇକ ସହ ଝିଅକୁ ପ୍ରାୟ ଅଧା କିଲୋମିର ପର୍ଯ୍ୟନ୍ତ ଘୋଷାରି ନେଇଥିଲା ବସ I ଏଥିରେ ଗୁରୁତର ହୋଇ ଝିଅର ମୃତ୍ୟୁ ଘଟିଛି Iଏହି ଘଟଣା ପରେ ବେପରୁଆ ଡ୍ରାଇଭରକୁ କାବୁ କରିବା ସହ ବସକୁ ଜବତ କରିଛି ପୋଲିସ୍ ।

ସୂଚନା ଅନୁସାରେ ପୁଇଁତଲା ବ୍ଲକ ବ୍ରାହ୍ମଣୀପାଲିର ଜଣେ ବ୍ୟକ୍ତି ନିଜ ପରିବାର ସହିତ ଆଧାରକାର୍ଡ଼ ଅପଡେଟ ପାଇଁ ବ୍ଲକକୁ ଯାଉଥିଲେ । ହଠାତ ଦ୍ରୁତ ଗତିରେ ଆସୁଥିବା ଘରୋଇ ବସ ବାଇକକୁ ପଛପଟୁ ପିଟି ଦେଇଥିଲା । ଫଳରେ ଘଟଣାସ୍ଥଳରେ ୧୪ ବର୍ଷୀୟ ଝିଅର ମୃତ୍ୟୁ ହୋଇଥିଲା । ସ୍ୱାମୀ-ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ଲୋକେ ଉତ୍ୟକ୍ତ ହୋଇ ବସକୁ ଅଟକାଇ ବ୍ୟାପକ ଭଙ୍ଗାରୁଜା କରିଛନ୍ତି I ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ସହ ଘଟଣାର ତଦନ୍ତ ଚଳାଇଛି I

Tags: