ହାଇୱା ପଛରେ ଧକ୍କା ହୋଇ ବସ ଚାଳକ ମୃତ,୧୦ ଗୁରୁତର

ଯାଜପୁର: ହାଇଓ୍ବାକୁ ପଛକୁ ଧକ୍କା ଦେଲା ବସ୍। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହେବା ସହିତ ୧୦ ଜଣ ଗୁରୁତର ହୋଇଛନ୍ତି I ଆଜି ଭୋର ସମୟରେ ଏହି ଦୁର୍ଘଟଣା ଯାଜପୁର ଏନଏଚ୍ ୧୬ କଡେଇ ଛକ ନିକଟରେ ଘଟିଛି । ବସ୍‌ଟି ପ୍ରାୟ ୫୦ ଜଣ ଯାତ୍ରୀଙ୍କୁ ନେଇ ବାରିପଦାରୁ ଭୁବନେଶ୍ଵରକୁ ଆସୁଥିବାବେଳେ ଏଭଳି ଅଘଟଣ ଘଟିଛି। ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ସୂଚନାନୁସାରେ,ବାରିପଦାରୁ ୫୦ରୁ ଉର୍ଦ୍ଧ ଯାତ୍ରୀ […]

Samaya Live Picture
Published On

ଯାଜପୁର: ହାଇଓ୍ବାକୁ ପଛକୁ ଧକ୍କା ଦେଲା ବସ୍। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହେବା ସହିତ ୧୦ ଜଣ ଗୁରୁତର ହୋଇଛନ୍ତି I ଆଜି ଭୋର ସମୟରେ ଏହି ଦୁର୍ଘଟଣା ଯାଜପୁର ଏନଏଚ୍ ୧୬ କଡେଇ ଛକ ନିକଟରେ ଘଟିଛି । ବସ୍‌ଟି ପ୍ରାୟ ୫୦ ଜଣ ଯାତ୍ରୀଙ୍କୁ ନେଇ ବାରିପଦାରୁ ଭୁବନେଶ୍ଵରକୁ ଆସୁଥିବାବେଳେ ଏଭଳି ଅଘଟଣ ଘଟିଛି। ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

ସୂଚନାନୁସାରେ,ବାରିପଦାରୁ ୫୦ରୁ ଉର୍ଦ୍ଧ ଯାତ୍ରୀ ନେଇ ଗତ ରାତିରୁ ଭୁବନେଶ୍ୱର ଅଭିମୁଖେ ବାହାରିଥିଲା ଏକ ଘରୋଇ ବସ୍‌। ଆଜି ଭୋର ୪ ଟା ସମୟରେ ଯାଉଥିବା ଗାଡ଼ିଟି କଡେଇ ଛକ ଅତିକ୍ରମ କରୁଥିବା ବେଳେ ଏକ ହାଇୱା ପଛେ ପଟେ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଡ୍ରାଇଭରର ମୃତ୍ୟୁ ଘଟିଥିବା ବେଳେ ୧୦ ରୁ ଉର୍ଦ୍ଧ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ଖବର ପାଇ ଘଟଣାସ୍ଥଳରେ ଦମକଳ ବାହିନୀ ସହିତ ପୋଲିସ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି କଟକ ବଡ ଭର୍ତି କରାଇଛନ୍ତି I

Tags: