ବସ୍ – ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ ଜଣେ ଗୁରୁତର
ଜଳେଶ୍ୱର : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା I ବସ୍ ସହ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିବା ସହ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତକ ଜଣକ ହେଲେ ହୁଗୁଳି ପଞ୍ଚାୟତ ଗାଜିପୁର ଗାଁର ଉତମ ପାତ୍ରଙ୍କ ପୁଅ ସୁଜିତ ପାତ୍ର (୨୪) I ଏବଂ ଆହତ ହେଲେ ଉଦୟପୁର ଗାଁର ନିମାଇଁ ପଟ୍ଟାୟତଙ୍କ ପୁଅ ପ୍ରବୀର (୨୩ ବର୍ଷ) I ଚନ୍ଦନେଶ୍ୱର ୫୭ନଂ […]
ଜଳେଶ୍ୱର : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା I ବସ୍ ସହ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିବା ସହ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତକ ଜଣକ ହେଲେ ହୁଗୁଳି ପଞ୍ଚାୟତ ଗାଜିପୁର ଗାଁର ଉତମ ପାତ୍ରଙ୍କ ପୁଅ ସୁଜିତ ପାତ୍ର (୨୪) I ଏବଂ ଆହତ ହେଲେ ଉଦୟପୁର ଗାଁର ନିମାଇଁ ପଟ୍ଟାୟତଙ୍କ ପୁଅ ପ୍ରବୀର (୨୩ ବର୍ଷ) I ଚନ୍ଦନେଶ୍ୱର ୫୭ନଂ ରାଜ୍ଯ ରାଜପଥ ଭୋଗରାଇର ମହାଗବ ଛକ ଠାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।
ସୂଚନାନୁଯାୟୀ, ସୁଜିତ ଗୋଆରେ କରୁଥିଲେ । ସେ ପ୍ରାୟ ୨ମାସ ପୂର୍ବରୁ ଛୁଟିରେ ଘରକୁ ଆସିଥିଲେ। ଆଜି ସକାଳେ ଜଳେଶ୍ବରରୁ ତାଙ୍କର ଟ୍ରେନ ଥିଲା। ତାଙ୍କୁ ରେଳ ଷ୍ଟେସନ ପର୍ଯ୍ୟନ୍ତ ଛାଡିବା ପାଇଁ ସାଙ୍ଗ ଉଦୟପୁର ଗାଁର ନିମାଇଁ ପଟ୍ଟାୟତଙ୍କ ପୁଅ ପ୍ରବୀର (୨୩ ବର୍ଷ) ବାଇକରେ ନେଇ ଯାଉଥିଲେ। ଏହି ସମୟରେ ଭୋଗରାଇର ମହାଗବ ଛକ ଠାରେ ଏକ ରାତ୍ରୀକାଳୀନ ଯାତ୍ରୀବାହୀ ବସ୍ ସହିତ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବାଇକ୍ରେ ଥିବା ୨ଜଣ ରାସ୍ତା ପାଖ ନାଳକୁ ଛିଟିକି ପଡିଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ଜଳେଶ୍ଵରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ସେଠାରେ ଡାକ୍ତର ସୁଜିତ ପାତ୍ରଙ୍କୁ ମୃତ ଘୋଷଣା କରିଥିବା ବେଳେ ଗୁରୁତର ପ୍ରବୀର ପଟ୍ଟାୟତଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ସୁଜିତଙ୍କ ମୃତ୍ୟୁ ଖବର ଶୁଣିବାପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।




