ନିର୍ବାଚନ ଡ୍ୟୁଟି ସାରି ଫେରୁଥିବାବେଳେ ବସ ଦୁର୍ଘଟଣା
ଭଞ୍ଜନଗର : ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେଲା ପୋଲିସ କର୍ମଚାରୀଙ୍କ ବସ I ଅଳ୍ପକେ ବର୍ତିଛନ୍ତି ୨୦ ପୋଲିସ କର୍ମଚାରୀ I ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଗଞ୍ଜାମ ଜିଲ୍ଲା ଛତ୍ରପୁର ଡିଆରଡିଏ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତ ପୁଲିସ କର୍ମଚାରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଗତକାଲି ରାଜ୍ୟରେ ୨ୟ ପର୍ଯ୍ୟାୟ ନିର୍ବାଚନ ଡ୍ୟୁଟି ସାରି ପୋଲିସ କର୍ମଚାରୀ ମାନେ ମହାବୀର ନାମକ ଏକ ବସରେ ଭଞ୍ଜନଗରରୁ ଛତ୍ରପୁର […]
ଭଞ୍ଜନଗର : ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେଲା ପୋଲିସ କର୍ମଚାରୀଙ୍କ ବସ I ଅଳ୍ପକେ ବର୍ତିଛନ୍ତି ୨୦ ପୋଲିସ କର୍ମଚାରୀ I ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଗଞ୍ଜାମ ଜିଲ୍ଲା ଛତ୍ରପୁର ଡିଆରଡିଏ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତ ପୁଲିସ କର୍ମଚାରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ଗତକାଲି ରାଜ୍ୟରେ ୨ୟ ପର୍ଯ୍ୟାୟ ନିର୍ବାଚନ ଡ୍ୟୁଟି ସାରି ପୋଲିସ କର୍ମଚାରୀ ମାନେ ମହାବୀର ନାମକ ଏକ ବସରେ ଭଞ୍ଜନଗରରୁ ଛତ୍ରପୁର ଫେରୁଥିଲେ I ଆଜି ସକାଳ ୪ ଟା ବେଳେ ଗଞ୍ଜାମ ଜିଲ୍ଲା ଛତ୍ରପୁର ଡିଆର୍ଡିଏ ଛକ ନିକଟରେ ଭାରସାମ୍ୟ ହରାଇ ଡିଭାଇଡରକୁ ପିଟି ଦେଇଥିଲା ବସ । ଏଥିରେ ଅଳ୍ପକେ ବର୍ତ୍ତି ଯାଇଥିଲେ ୨୦ ପୋଲିସ କର୍ମଚାରୀ । ଏହି ଦୁର୍ଘଟଣାରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।




