ଘାଟିରେ ବସ ଦୁର୍ଘଟଣା ,୨୦ ଆହତ

ମୟୁରଭଞ୍ଜ : ଦିନକୁ ଦିନ ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ବଢୁଛି ଦୁର୍ଘଟଣା I ଏକ ଯାତ୍ରୀବାହୀ ବସ ଘାଟିରେ ପିଟି ହେବାରୁ ୨୦ ଜଣ ଆହତ ହୋଇଥିବା ସୂଚନା ମିଳିଛି I ବସ ଟି ରାଉରକେଲାରୁ ମୁର୍ଶିଦାବାଦ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି I ଆହତମାନଙ୍କୁ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ବସ୍‌ ଡ୍ରାଇଭରର ଅବସ୍ଥା ଗୁରୁତର ରହିଛି। ତାଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଛି। ତାଙ୍କ ଘର ରାଉରକେଲା ଅଞ୍ଚଳର ବୋଲି ଜଣାଯାଇଛି। […]

Samaya Live Picture
Published On

ମୟୁରଭଞ୍ଜ : ଦିନକୁ ଦିନ ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ବଢୁଛି ଦୁର୍ଘଟଣା I ଏକ ଯାତ୍ରୀବାହୀ ବସ ଘାଟିରେ ପିଟି ହେବାରୁ ୨୦ ଜଣ ଆହତ ହୋଇଥିବା ସୂଚନା ମିଳିଛି I ବସ ଟି ରାଉରକେଲାରୁ ମୁର୍ଶିଦାବାଦ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି I ଆହତମାନଙ୍କୁ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ବସ୍‌ ଡ୍ରାଇଭରର ଅବସ୍ଥା ଗୁରୁତର ରହିଛି। ତାଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଛି। ତାଙ୍କ ଘର ରାଉରକେଲା ଅଞ୍ଚଳର ବୋଲି ଜଣାଯାଇଛି।

ସୂଚନାନୁସାରେ,ସୋମବାର ସକାଳେ ୪୯ ନମ୍ବର ଜାତୀୟ ରାଜପଥ ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଘାଟିରେ ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ପାହାଡ ହୁଡ଼ିରେ ପିଟି ହୋଇଥିଲା I ଏଥିରେ ଇଦ ଉପଲକ୍ଷେ ଅନୁଗୋଳ, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାରୁ ଅନେକ ମୁସଲମାନ ଯାତ୍ରୀମାନେ ରାଉରକେଲାରୁ ମୁସିଦାବାଦ ଅଭିମୁଖେ ଯାଉଥିଲେ । ଆଜି ସକାଳେ ବାଙ୍ଗିରିପୋଷି ଘାଟିରେ ବସ୍‌ଟି ରାସ୍ତାକଡ଼ରେ ଥିବା ପାହାଡ ସହ ପିଟି ହୋଇଯାଇଥିଲା। ଦୁର୍ଘଟଣାରେ ବସ୍‌ ଡ୍ରାଇଭର ସହ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସମସ୍ତ ଆହତ ଯାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବସ୍ ଭିତରେ ଡ୍ରାଇଭର ଚାପି ହୋଇଯାଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି କଟର ସାହାଯ୍ୟରେ କାଟି ତାଙ୍କୁ ବାହାର କରି ବାରିପଦା ମୁଖ୍ୟ ଡାକ୍ତରଖାନାରେ ଭର୍ତି କରିଛନ୍ତି ଇ ଦୁର୍ଘଟଣାସ୍ଥଳରେ ବାଙ୍ଗିରିପୋଷି ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି I

Tags: