ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍, କଣ୍ଟେନର ଧକ୍କାରେ ୪ ଗୁରୁତର
ଭୁବନେଶ୍ୱର : ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍ ଘଟଣା । ୪ ଜଣଙ୍କୁ ଧକ୍କା ଦେଲା କଣ୍ଟେନର। ବାଣୀବିହାର ସତସଙ୍ଗ ବିହାର ନିକଟରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ୪ ଜଣ ଆହତ ହୋଇଥିବା ବେଳେ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ରାସ୍ତା ପାର୍ ହେଉଥିବା ବେଳେ ୪ ଜଣଙ୍କୁ ଧକ୍କା ଦେଇ ଫେରାର ହୋଇଯାଉଥିଲା କଣ୍ଟେନର। ପଳାଶୁଣୀ ଛକରୁ କଣ୍ଟେନରକୁ ସହିଦନଗର ଥାନା […]
ଭୁବନେଶ୍ୱର : ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍ ଘଟଣା । ୪ ଜଣଙ୍କୁ ଧକ୍କା ଦେଲା କଣ୍ଟେନର। ବାଣୀବିହାର ସତସଙ୍ଗ ବିହାର ନିକଟରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ୪ ଜଣ ଆହତ ହୋଇଥିବା ବେଳେ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ରାସ୍ତା ପାର୍ ହେଉଥିବା ବେଳେ ୪ ଜଣଙ୍କୁ ଧକ୍କା ଦେଇ ଫେରାର ହୋଇଯାଉଥିଲା କଣ୍ଟେନର। ପଳାଶୁଣୀ ଛକରୁ କଣ୍ଟେନରକୁ ସହିଦନଗର ଥାନା ପୁଲିସ ଜବତ କରିଛି। ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ।
ସୂଚନାନୁସାରେ,ରବିବାର ବିଳମ୍ବିତ ରାତିରେ ୧୬ ନମ୍ବର ଜାତୀୟ ରାଜପଥରେ ବାଣୀବିହାର ନିକଟ ସତ୍ସଙ୍ଗବିହାର ଛକରେ ଘଟିଛି ଏହି ଦୁର୍ଘଟଣା। ଏକ ଦ୍ରୁତଗାମୀ କଣ୍ଟେନର ବରମୁଣ୍ଡା ପଟୁ ଆସି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ମାଡ଼ିଯାଇ ରାସ୍ତା କଡରେ ଛିଡା ହୋଇଥିବା ମା’ଝିଅ ଓ ନାତି ନାତୁଣୀଙ୍କ ଉପରେ ଚଢି ଯାଇଥିଲା I ଏଥିରେ ମା’, ଝିଅ, ନାତି ଓ ନାତୁଣୀ ଗୁରୁତର ହୋଇଛନ୍ତି। ସେମାନେ ଭିଏସ୍ଏସ୍ ନଗର ତାରିଣୀ ବସ୍ତିରେ ରୁହନ୍ତି ଓ ସେମାନଙ୍କ ନାମ ଯଥାକ୍ରମେ ସେତମା (୫୫), ଏସ୍ ଲିଲି ପାତ୍ର (୩୨), ପୀୟୂଷ (୩) ଓ ପ୍ରିୟଙ୍କା (୨)। ସମସ୍ତ ଗୁରୁତରଙ୍କୁ ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ହେଲେ ସେତମାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଛି।




