ଦୁର୍ଘଟଣା ଘଟି ଓଭରବ୍ରିଜରେ ଝୁଲି ରହିଥିଲା ଲଷ୍ମୀ ବସ: ଡ୍ରାଇଭର ଆହତ, ଦୁଇ ଘଣ୍ଟା ପରେ ବସକୁ ଉଦ୍ଧାର କଲା ଓଡ୍ରାଫ ଟିମ

ବାଲେଶ୍ୱର:ବାଲେଶ୍ବର ଓଭର୍ ବ୍ରିଜ ଉପରୁ ଓଲଟିଲା ଲକ୍ଷ୍ମୀ ବସ। କେହି ମୃତାହତ ହୋଇ ନାହିଁ । ବସ ଡ଼୍ରାଇଭର ଆହାତ ହୋଇଥିବା ବେଳେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଖବର ପାଇ ଘଟଣା ସ୍ଥଳରେ ଅଗ୍ନି ସମ ବାହିନୀ, ODRAF ଉଦ୍ଧାଏ କାର୍ଯ୍ୟ ଜାରିରଖିଥିଲେ ସହଦେବ ଖୁଣ୍ଟା ପୋଲିସ ଓ ଆର୍ ଟି ଓ ପହଞ୍ଚି ସ୍ଥିତିକୁ ଅନୁଧ୍ୟାନ କରିଥିଲେ। ତେବେ ଦୀର୍ଘ ଦୁଇ ଘଣ୍ଟା କସରତ ପରେ ଉଦ୍ଧାର ହେଲା ଲକ୍ଷ୍ମୀ […]

Samaya Live Picture
Published On

ବାଲେଶ୍ୱର:ବାଲେଶ୍ବର ଓଭର୍ ବ୍ରିଜ ଉପରୁ ଓଲଟିଲା ଲକ୍ଷ୍ମୀ ବସ। କେହି ମୃତାହତ ହୋଇ ନାହିଁ । ବସ ଡ଼୍ରାଇଭର ଆହାତ ହୋଇଥିବା ବେଳେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଖବର ପାଇ ଘଟଣା ସ୍ଥଳରେ ଅଗ୍ନି ସମ ବାହିନୀ, ODRAF ଉଦ୍ଧାଏ କାର୍ଯ୍ୟ ଜାରିରଖିଥିଲେ ସହଦେବ ଖୁଣ୍ଟା ପୋଲିସ ଓ ଆର୍ ଟି ଓ ପହଞ୍ଚି ସ୍ଥିତିକୁ ଅନୁଧ୍ୟାନ କରିଥିଲେ।
ତେବେ ଦୀର୍ଘ ଦୁଇ ଘଣ୍ଟା କସରତ ପରେ ଉଦ୍ଧାର ହେଲା ଲକ୍ଷ୍ମୀ ବସ। ଉଦ୍ଧାର କାର୍ଯ୍ୟରେ ଲାଗିଲା ଚାରୋଟି କ୍ରେନ। ଉଦ୍ଧାର କାର୍ଯ୍ୟରେ ODRAF ଟିମ୍ ଓ ଅଗ୍ନିଶମ ବାହିନୀ ମିଳିତ ଉଦ୍ୟମରେ ଉଦ୍ଧାର ହୋଇଥିଲା । ଘଟଣାସ୍ଥଳରେ ବାଲେଶ୍ବର ଜିଲ୍ଲାପାଳ, ଉପଜିଲ୍ଲାପାଳ, ଆରଟିଓ, ଏମ ବି ଆଇ, ଜରୁରୀକାଳୀନ ଅଧିକାରୀ ଏବଂ ପୋଲିସ ପ୍ରଶାସନ ଉପସ୍ଥିତ ରହି ଝୁଲି ରହୁଥିବା ଲକ୍ଷ୍ମୀ ବସ ର ଉଦ୍ଧାର କାର୍ଯ୍ୟକୁ ସମୀକ୍ଷା କରିଥିଲେ। ଶେଷରେ ଅଗ୍ନିଶମ ବାହିନୀ ଓ ODRAF ଟିମ୍ ବସ୍ ଟି ସୁରକ୍ଷିତ ଭାବରେ ଉଦ୍ଧାର କରି ବ୍ରିଜ ଉପରକୁ ଆଣିଥିଲେ।

Tags: