ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ: ଆହତଙ୍କୁ ମେଡିକାଲରେ ଭର୍ତ୍ତି

ଆଠମଲ୍ଲିକ:ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି।ଭୁବନେଶ୍ୱରରୁ ସୁନ୍ଦରଗଡ଼ ଯାଉଥିବା ସାରଙ୍ଗି ବସ୍ ଦୁର୍ଘଟଣା ଗ୍ରସ୍ତ । ବସରେ ୩୫ ରୁ ୪୦ ଯାତ୍ରୀ ଥିଲେ। ତେବେ କେହି ମୃତାହତ ହୋଇ ନାହାନ୍ତି।ଆଠମଲ୍ଲିକ ଉପଖଣ୍ଡର ଜାତୀୟ ରାଜପଥ ବୌରାଗିପାଲି ନିକଟରେ ରାତି ପ୍ରାୟ ୨ ଟା ସମୟରେ ଡ୍ରାଇଭରର ଆଖି ଲାଗିଯିବାରୁ ଡିଭାଇଡର୍ରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ବେପରୁଆ ଗାଡି ଚାଳନା ଯୋଗୁଁ ଏପରି ଅଘଟଣ ଘଟିଲା ବୋଲି କୁହାଯାଉଛି।ବସରେ ଥିବା […]

Samaya Live Picture
Published On

ଆଠମଲ୍ଲିକ:ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି।ଭୁବନେଶ୍ୱରରୁ ସୁନ୍ଦରଗଡ଼ ଯାଉଥିବା ସାରଙ୍ଗି ବସ୍ ଦୁର୍ଘଟଣା ଗ୍ରସ୍ତ । ବସରେ ୩୫ ରୁ ୪୦ ଯାତ୍ରୀ ଥିଲେ। ତେବେ କେହି ମୃତାହତ ହୋଇ ନାହାନ୍ତି।ଆଠମଲ୍ଲିକ ଉପଖଣ୍ଡର ଜାତୀୟ ରାଜପଥ ବୌରାଗିପାଲି ନିକଟରେ ରାତି ପ୍ରାୟ ୨ ଟା ସମୟରେ ଡ୍ରାଇଭରର ଆଖି ଲାଗିଯିବାରୁ ଡିଭାଇଡର୍ରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ସୂଚନା ମିଳିଛି ।

ବେପରୁଆ ଗାଡି ଚାଳନା ଯୋଗୁଁ ଏପରି ଅଘଟଣ ଘଟିଲା ବୋଲି କୁହାଯାଉଛି।ବସରେ ଥିବା ଯାତ୍ରୀ ସାମନ୍ୟା ଆହତ ହୋଇଛନ୍ତି ଆହତ ଯାତ୍ରୀଙ୍କୁ କିଶୋରନଗର,ରେଢ଼ାଖୋଲ,ଅନୁଗୋଳକୁ ସ୍ଥାନାନ୍ତର କରାଯାଇଥବା ଜଣାପଡିଛି।

Tags: