ବଦଳିବ ବିଲ୍ଡିଂ ନିୟମାବଳୀ,ସଂଶୋଧନ ହେବ ପାର୍ଟ ପ୍ଲଟ ବିକ୍ରି ନିୟମ
ଭୁବନେଶ୍ୱର: ବଦଳିବ ବିଲ୍ଡିଂ ନିୟମାବଳୀ। ଆସିଲା ODA(ପ୍ଲାନିଙ୍ଗ ଆଣ୍ଡ ବିଲ୍ଡିଂ ଷ୍ଟାଣ୍ଡାର୍ଡ)୨ୟ ସଶୋଧନ ନିୟମ । ଓଡ଼ିଶା ବିକାଶ ପ୍ରାଧିକରଣ ଯୋଜନା ଓ ନିର୍ମାଣ ମାନକର ଦ୍ବିତୀୟ ସଂଶୋଧନ ନିୟମ ୨୦୨୫ର ବିଜ୍ଞପ୍ତି ଜାରି। ଏହା ଦ୍ବାରା ଓଡ଼ିଶାରେ କୋଠା ନିର୍ମାଣ ପାଇଁ କିପରି ଯୋଜନା ହେବ, ଅନୁମୋଦନ ଲାଭ କରିବ ଓ ନିର୍ମାଣ ହେବ ସେହି ନିୟମରେ ପରିବର୍ତ୍ତନ ହୋଇଛି। ସହର ସୀମା ବାହାରେ ଥିବା ଇଣ୍ଡଷ୍ଟ୍ରିଆଲ ବିଲଡିଂ ପାଇଁ ରାସ୍ତାର ଚଉଡ଼ା ଅତି କମରେ […]
ଭୁବନେଶ୍ୱର: ବଦଳିବ ବିଲ୍ଡିଂ ନିୟମାବଳୀ। ଆସିଲା ODA(ପ୍ଲାନିଙ୍ଗ ଆଣ୍ଡ ବିଲ୍ଡିଂ ଷ୍ଟାଣ୍ଡାର୍ଡ)୨ୟ ସଶୋଧନ ନିୟମ । ଓଡ଼ିଶା ବିକାଶ ପ୍ରାଧିକରଣ ଯୋଜନା ଓ ନିର୍ମାଣ ମାନକର ଦ୍ବିତୀୟ ସଂଶୋଧନ ନିୟମ ୨୦୨୫ର ବିଜ୍ଞପ୍ତି ଜାରି। ଏହା ଦ୍ବାରା ଓଡ଼ିଶାରେ କୋଠା ନିର୍ମାଣ ପାଇଁ କିପରି ଯୋଜନା ହେବ, ଅନୁମୋଦନ ଲାଭ କରିବ ଓ ନିର୍ମାଣ ହେବ ସେହି ନିୟମରେ ପରିବର୍ତ୍ତନ ହୋଇଛି। ସହର ସୀମା ବାହାରେ ଥିବା ଇଣ୍ଡଷ୍ଟ୍ରିଆଲ ବିଲଡିଂ ପାଇଁ ରାସ୍ତାର ଚଉଡ଼ା ଅତି କମରେ ୬ମିଟର ହେବା ଆବଶ୍ୟକ ।
ଏ ନେଇ ଗୃହନିର୍ମାଣ ଏବଂ ସହରାଞ୍ଚଳ ବିକାଶର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀଙ୍କୁ ପ୍ରସ୍ତାବ ଦେଇଛନ୍ତି ଓଡ଼ିଶା ସ୍ଥପତି ସଂଘ(ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଆର୍କିଟେକ୍ଟସ୍) ଓଡ଼ିଶା ଚାପ୍ଟର। ପୂର୍ବରୁ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଏହି ଆର୍କିଟେକ୍ ଚାପ୍ଟରଙ୍କୁ ପ୍ଲାନ ଦେବାକୁ କହିଥିଲେ ।
ଇଣ୍ଡିଆନ ଇନଷ୍ଟିଚୁ୍ୟଟ ଅଫ ଆର୍କିଟେକ୍ଟସ୍ (ଆଇଆଇଏ) ଓଡ଼ିଶା ଚାପ୍ଟର, ଏହାର ଅଧ୍ୟକ୍ଷା ଶ୍ରୀମତୀ ସ୍ୱପ୍ନଦତ୍ତା ମହାନ୍ତିଙ୍କ ନେତୃତ୍ୱରେ ପ୍ରସ୍ତାବିତ ଚିଠା ଓଡ଼ିଶା ବିକାଶ ପ୍ରାଧିକରଣ (ପ୍ଲାନିଂ ଓ ନିର୍ମାଣ ମାନକ ନିୟମ) ୨୦୨୫, ଓଡ଼ିଶା ସରକାରଙ୍କ ଗୃହନିର୍ମାଣ ଏବଂ ସହରାଞ୍ଚର ବିକାଶର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ, ଆଇଏଏସ୍ଙ୍କୁ ପ୍ରଦାନ କରିଛି ।
ଅନ୍ୟପଟେ ପାର୍ଟ ପ୍ଲଟ୍ ବିକ୍ରି ବାଟ ଖୋଲିଲା । ଥରକେ ୫ ଶହ ବର୍ଗମିଟର କରିହେବ ବିକ୍ରି । ବିନା ଅନୁମୋଦନରେ ୫ ଶହ ବର୍ଗମିଟର ଥରକେ ବିକ୍ରି କରିପାରିବେ । ମାତ୍ର ବିକ୍ରି ପାର୍ଟ ପ୍ଲଟ୍ ରିୟଲ ଇଷ୍ଟେଟ୍ ପାଇଁ ବ୍ୟବହାର ମନା । ଏକାଧିକ ଅଂଶିଦାର ଥିବା ଜମି କ୍ଷେତ୍ରରେ ବି ୫୦୦ ବର୍ଗମିଟର ବିକି ହେବ । ଏନେଇ ସୂଚନା ଦେଇଛନ୍ତି ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ I
ପାର୍ଟ ପ୍ଲଟ୍ ବିକ୍ରି ଓ ଆପାର୍ଟମେଣ୍ଟ ପଞ୍ଜିକରଣ ସମସ୍ୟା ଲାଗି ରହିଥିବାରୁ ରାଜସ୍ବ ହାନି ହେଉଛି। ତେଣୁ ସମସ୍ୟା ଦୂର କରିବା ପାଇଁ ରାଜସ୍ବ ବିଭାଗ ପକ୍ଷରୁ ପଦକ୍ଷପ ଗ୍ରହଣ କରାଯାଇଥିଲା। ପ୍ଲଟିଂ ସ୍କିମ୍ ଓ ଆପାର୍ଟମେଣ୍ଟ ନେଇ ଏବେ ନୂଆ ନିୟମ ଅଣାଯାଇଛି । ପ୍ଲଟିଂ ସ୍କିମ୍ରେ ଜମି/ଘର ବିକ୍ରି କରିବା ଆଗରୁ ପ୍ରଥମେ ରାସ୍ତା ପାଇଁ ନିର୍ଦ୍ଦିଷ୍ଟ ଜାଗା ଚିହ୍ନଟ ହେବ । ଜମି ମାଲିକ ପ୍ରଥମେ ରାସ୍ତା ପାଇଁ ଚିହ୍ନଟ ଜମିକୁ ପୌର ପ୍ରଶାସନ କିମ୍ବା ବ୍ଲକ ପ୍ରଶାସନକୁ ହସ୍ତାନ୍ତର କରିବେ । ପ୍ରଥମେ ରାସ୍ତା ତିଆରି ହେବ । ତା’ପରେ ଜମି ମାଲିକ ପ୍ଲଟିଂ ସ୍କିମ୍ ଆଗେଇବା ପାଇଁ ସାର୍ଟିଫିକେଟ ପାଇବେ ।




