ଜଗା ଦର୍ଶନ ନୋହିଲା,ସଡକ ଦୁର୍ଘଟଣାରେ ୩ ସାଙ୍ଗଙ୍କ ମୃତ୍ୟୁ

ଯାଜପୁର : ଜଗନ୍ନାଥ ଦର୍ଶନକୁ ଯାଉଥିବା ସମୟରେ ଅଧା ରାସ୍ତାରେ ଡାକିନେଲା ଯମ । ଆଜି ଭୋର ଭୋର ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ କଡେଇ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣ ବାଇକ ଆରୋହୀଙ୍କ ଶୋଚନୀୟ ମୃତ୍ୟୁ ହୋଇଛି । ମୃତକମାନେ ଧର୍ମଶାଳା ଥାନା ଅନ୍ତର୍ଗତ ମାଣିତ୍ରୀ ବାରବାଟୀ ଗ୍ରାମର ଅଭିଷେକ ସର (୨୨ ବର୍ଷ), ଧର୍ମଶାଳା ବ୍ଲକ ଚଡେଇଧରା ଅଞ୍ଚଳର ଅଞ୍ଚଳ ସାହୁ (୨୬ ବର୍ଷ) ଓ ଜଗତପୁର […]

Samaya Live Picture
Published On

ଯାଜପୁର : ଜଗନ୍ନାଥ ଦର୍ଶନକୁ ଯାଉଥିବା ସମୟରେ ଅଧା ରାସ୍ତାରେ ଡାକିନେଲା ଯମ । ଆଜି ଭୋର ଭୋର ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ କଡେଇ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣ ବାଇକ ଆରୋହୀଙ୍କ ଶୋଚନୀୟ ମୃତ୍ୟୁ ହୋଇଛି ।

ମୃତକମାନେ ଧର୍ମଶାଳା ଥାନା ଅନ୍ତର୍ଗତ ମାଣିତ୍ରୀ ବାରବାଟୀ ଗ୍ରାମର ଅଭିଷେକ ସର (୨୨ ବର୍ଷ), ଧର୍ମଶାଳା ବ୍ଲକ ଚଡେଇଧରା ଅଞ୍ଚଳର ଅଞ୍ଚଳ ସାହୁ (୨୬ ବର୍ଷ) ଓ ଜଗତପୁର ଅଞ୍ଚଳର ଦେବାଶିଷ ନାୟକ (୨୪ ବର୍ଷ) ବୋଲି ଜଣାପଡିଛି । ଏହି ୩ ସାଙ୍ଗ ଗତକାଲି ବିଳମ୍ବିତ ରାତିରେ ଏକ ପଲସର ବାଇକରେ ପୁରୀ ଯାଉଥିବା ବେଳେ ଭୋର ପ୍ରାୟ ୩ଟା ସମୟରେ ପଛପଟୁ ଏକ ଅଜଣା ଗାଡି ଧକ୍କାରେ ରାସ୍ତାକଡ଼କୁ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ। ତୁରନ୍ତ ଏମାନଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ଏମାନଙ୍କୁ ମୃତ ଘୋଷଣା କରିଥିଲେ।ଖବର ପାଇ ବଡ଼ଚଣା ପୁଲିସ ସେଠାରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

Tags: