ବରଗଡ଼ ନାବାଳିକା ଆତ୍ମଦାହ ଘଟଣାରେ ଭାଇଙ୍କୁ ଜେରା

ବରଗଡ଼ : ବରଗଡ଼ ନାବାଳିକା ଆତ୍ମଦାହ ଘଟଣା । ପାରିବାରିକ କଳହରୁ ଅଘଟଣ ଘଟିଛି ବୋଲି ପୋଲିସ ସନ୍ଦେହ କରିଛି । ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ବରଗଡ଼ ଏସପିଙ୍କ ନେତୃତ୍ୱରେ ୩ ଜଣିଆ ଆଇଆଇସିଙ୍କ ଟିମ ଘଟଣାରେ ତଦନ୍ତ ଜାରି ରଖିଛି । ଆଜି ପୀଡ଼ିତାଙ୍କ ଭାଇଙ୍କୁ ପଚରା ଉଚରା କରିଛି ପୋଲିସ। ଏହା ସହିତ ପରିବାରର ଅନ୍ୟ କେତେକ ସଦସ୍ୟ ଓ ଗାଁର କିଛି ଲୋକଙ୍କୁ ପଚରା ଉଚରା ଜାରି ରହିଛି । ପୀଡ଼ିତାଙ୍କ […]

ବରଗଡ଼ ନାବାଳିକା ଆତ୍ମଦାହ ଘଟଣାରେ ଭାଇଙ୍କୁ ଜେରା
Samaya Live Picture
Published On

ବରଗଡ଼ : ବରଗଡ଼ ନାବାଳିକା ଆତ୍ମଦାହ ଘଟଣା । ପାରିବାରିକ କଳହରୁ ଅଘଟଣ ଘଟିଛି ବୋଲି ପୋଲିସ ସନ୍ଦେହ କରିଛି । ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ବରଗଡ଼ ଏସପିଙ୍କ ନେତୃତ୍ୱରେ ୩ ଜଣିଆ ଆଇଆଇସିଙ୍କ ଟିମ ଘଟଣାରେ ତଦନ୍ତ ଜାରି ରଖିଛି । ଆଜି ପୀଡ଼ିତାଙ୍କ ଭାଇଙ୍କୁ ପଚରା ଉଚରା କରିଛି ପୋଲିସ। ଏହା ସହିତ ପରିବାରର ଅନ୍ୟ କେତେକ ସଦସ୍ୟ ଓ ଗାଁର କିଛି ଲୋକଙ୍କୁ ପଚରା ଉଚରା ଜାରି ରହିଛି । ପୀଡ଼ିତାଙ୍କ ବଡ଼ ଭାଇକୁ ଗାଇସିଲେଟ ଥାନା ପୋଲିସ ପଚରା ଉଚରା କରିବା ପରେ ଛାଡ଼ି ଦେଇଛି। ଆଗରୁ ଭାଇର ମୋବାଇଲକୁ ପୋଲିସ ଜବତ କରିଥିଲା। ଚର୍ଚ୍ଚା ହେଉଛି ସେହି ମୋବାଇଲରୁ କିଛି ସୁରାଗ ପୋଲିସକୁ ମିଳିଥାଇପାରେ। ଭାଇ ମଧ୍ୟ ଗତକାଲି ସେହି କଥା କହିଥିଲେ ଓ ପୀଡ଼ିତାଙ୍କ ସାଙ୍ଗ ମାନଙ୍କୁ ପଚରା ଉଚରା କରିବାକୁ ଦାବି କରିଥିଲେ। ଘରୋଇ କଳିରୁ ପୀଡ଼ିତା ଆତ୍ମହତ୍ୟା କରିଥିବା କଥାକୁ ସେମାନେ ଖଣ୍ଡନ କରିଥିଲେ। ଘଟଣାକୁ ଦୁଇ ଦିନ ହୋଇଯାଇଥିଲେ ମଧ୍ୟ ଏଯାଏ କିଛି ସଥିଲ ତଥ୍ୟ ମିଳିପାରି ନାହିଁ ।

ସୂଚନାନୁସାରେ,ଅଗଷ୍ଟ ୧୧ ତାରିଖ ସୋମବାର ଦିନ ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଫିରିଙ୍ଗିମାଲରେ ଜଣେ ୧୩ ବର୍ଷୀୟା ଅଷ୍ଟମ ଶ୍ରେଣୀର ଛାତ୍ରୀ ପୋଡ଼ିଯାଇଥିଲେ । ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରି ବରଗଡ଼ ମେଡିକାଲରେ ଭର୍ତି କରିଥିଲେ । ତେବେ ସେଠାରେ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ନାବାଳିକା ଜଣକ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେହିଦିନ ମୃତ୍ୟୁ ବରଣ କରିଥିଲେ । ପୋଡିଯିବା ପରେ ହସ୍ପିଟାଲ ଯିବା ବାଟରେ ପୀଡିତ। ଜଣେ ଝିଅର ନାଁ ନେଇଥିଲେ । ଏହି ଘଟଣାରେ ପୋଲିସ ୬ଟି ଟିମ ଗଠନ କରି ତଦନ୍ତ କରୁଛି।

Tags: