ଭଉଣୀର ବେକ କାଟି ହତ୍ୟା କଲା ଭାଇ
ଆସିକା : ଭାଇ ଭଉଣୀ ସମ୍ପର୍କରେ ରକ୍ତ ଛିଟା । ଭଉଣୀର ବେକ କାଟି ହତ୍ୟା କଲା ଭାଇ । ପ୍ରଥମେ ମୁଣ୍ଡକୁ ଛେଚି ଓ ପରେ ଛୁରୀରେ ଭଉଣୀର ବେକ କାଟି ହତ୍ୟା କରିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଆସିକା ଥାନା ଗୁଣ୍ଠପଡ଼ା ପଞ୍ଚାୟତ ରାଇପଲ୍ଲୀ ଗାଁରେ । ମୃତ ଭଉଣୀ ଜଣଙ୍କ ହେଲେ ୩୫ ବର୍ଷୀୟ ଲକ୍ଷ୍ମୀ ମହାନ୍ତି । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଭାଇ ଘଟଣାସ୍ଥଳରୁ ଫେରାର […]
ଆସିକା : ଭାଇ ଭଉଣୀ ସମ୍ପର୍କରେ ରକ୍ତ ଛିଟା । ଭଉଣୀର ବେକ କାଟି ହତ୍ୟା କଲା ଭାଇ । ପ୍ରଥମେ ମୁଣ୍ଡକୁ ଛେଚି ଓ ପରେ ଛୁରୀରେ ଭଉଣୀର ବେକ କାଟି ହତ୍ୟା କରିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଆସିକା ଥାନା ଗୁଣ୍ଠପଡ଼ା ପଞ୍ଚାୟତ ରାଇପଲ୍ଲୀ ଗାଁରେ । ମୃତ ଭଉଣୀ ଜଣଙ୍କ ହେଲେ ୩୫ ବର୍ଷୀୟ ଲକ୍ଷ୍ମୀ ମହାନ୍ତି । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଭାଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି ।
ସୂଚନା ମୁତାବକ, ଲକ୍ଷ୍ମୀ ମହାନ୍ତି ଦୀର୍ଘ ଦିନ ହେଲା ନିଜ ମାଆ ତନୁ ପାତ୍ର ଘରେ ରହି ଆସୁଥିଲେ । ତେବେ ଗୁରୁବାର ସକାଳେ ମଝିଆ ଭାଇ ବାବାଜୀ ପାତ୍ର ଘରକୁ ଆସିବା ସହ ଭଉଣୀକୁ ମୋବାଇଲ ମାଗିଥିଲା । ପରେ ଘରର କବାଟ ଦେଇ ଭିତରକୁ ଆସିବା ପରେ ପ୍ରଥମେ ଶିଳରେ ଭଉଣୀର ମୁଣ୍ଡକୁ ଛେଚିଥିଲେ । ଏହା ପରେ ଏକ ଛୁରୀରେ ଭଉଣୀର ଗଳା କାଟି ନିର୍ମମ ଭାବେ ହତ୍ୟା କରିଥିଲେ । ପ୍ରାଥମିକ ତଦନ୍ତରୁ ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସୂଚନା ଦେଇଛି ।




