ପୋଖରୀରେ ବୁଡି ଭାଇ ଭଉଣୀ ମୃତ
ନିଆଳି : ବାଲିଅନ୍ତା ଥାନା ସୁବାଳ ଗାଁରେ ଅଭାବନୀୟ ଘଟଣା। ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଭାଇ ଭଉଣୀ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କ ମୃତଦେହ ଉଦ୍ଧାର କରି ବାଲିଅନ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲା ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକ ହେଉଛନ୍ତି କୋରଡକଣ୍ଟା ଗ୍ରାମର ୧୪ ବର୍ଷ ବୟସ୍କ ମଣ୍ଡେଇ ଜେନା ଏବଂ ୮ ବର୍ଷ ବୟସ୍କ ଭାଇ ବାପୁନ ଜେନା । ଗାଧୋଇବାକୁ ଯାଇଥିବାବେଳେ ପ୍ରଥମେ ଭାଇ […]
ନିଆଳି : ବାଲିଅନ୍ତା ଥାନା ସୁବାଳ ଗାଁରେ ଅଭାବନୀୟ ଘଟଣା। ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଭାଇ ଭଉଣୀ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କ ମୃତଦେହ ଉଦ୍ଧାର କରି ବାଲିଅନ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲା ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକ ହେଉଛନ୍ତି କୋରଡକଣ୍ଟା ଗ୍ରାମର ୧୪ ବର୍ଷ ବୟସ୍କ ମଣ୍ଡେଇ ଜେନା ଏବଂ ୮ ବର୍ଷ ବୟସ୍କ ଭାଇ ବାପୁନ ଜେନା ।
ଗାଧୋଇବାକୁ ଯାଇଥିବାବେଳେ ପ୍ରଥମେ ଭାଇ ବାପୁନ ଜେନା ପୋଖରୀରେ ବୁଡ଼ି ଯାଇଥିଲେ । ଭାଇକୁ ରକ୍ଷା କରିବାକୁ ଭଉଣୀ ମଧ୍ୟ ପୋଖରୀ ଭିତରକୁ ପଶିଯାଇଥିଲେ । ଏହି ସମୟରେ ଉଭୟ ପୋଖରୀରେ ବୁଡ଼ି ଯାଇଥିଲେ । ପରେ ଗ୍ରାମବାସୀ ଉଭୟଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ୍ ପଠାଇଥିଲେ । ସେଠାରେ ଡାକ୍ତର ଉଭୟ ଭାଇ-ଭଉଣୀଙ୍କୁ ମୃତ ଘୋଷଣା କରିଛନ୍ତି । ଦଶହରା ଛୁଟିରେ ଭାଇ-ଭଉଣୀ ମାମୁ ଘର ବୁଲିବାକୁ ଆସିଥିଲେ । ଏଭଳି ଏକ ଦୁଃଖଦ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।




