ସାପ କାମୁଡ଼ାରେ ଭାଇ-ଭଉଣୀଙ୍କ ମୃତ୍ୟୁ
ବଲାଙ୍ଗୀର : ବିଷାକ୍ତ ସାପ କାମୁଡ଼ାରେ ଭାଇଭଉଣୀଙ୍କ ମୃତ୍ୟୁ । ଏପରି ଦୁଃଖଦ ଘଟଣା ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ଅନ୍ତର୍ଗତ ଜାମପଦର ଗାଁରେ ଘଟିଛି। ମୃତକ ହେଲେ ବିକାଶ ସାଗରଙ୍କ ନାବାଳକ ପୁଅ ଭାବଗ୍ରାହୀ ସାଗର ଓ ଝିଅ ମନିକା ସାଗର । ରାତିରେ ମା’-ବାପାଙ୍କ ସହ ଶୋଇଥିବା ବେଳେ ଭଉଣୀ-ଭାଇ ଅସୁସ୍ଥ ହୋଇପଡ଼ିଥିଲେ। ଦୁଇଜଣଙ୍କ ମୁହଁରୁ ଫେଣ ବାହାରିଥିଲା। ଉଭୟଙ୍କୁ ସଇଁତଳାରୁ ଭୀମଭୋଇ ମେଡିକାଲକୁ ଅଣାଯାଇଥିଲା। ତେବେ ଚିକିତ୍ସା ଚାଲିଥିବା ବେଳେ ମେଡିକାଲରେ ଡାକ୍ତର […]
ବଲାଙ୍ଗୀର : ବିଷାକ୍ତ ସାପ କାମୁଡ଼ାରେ ଭାଇଭଉଣୀଙ୍କ ମୃତ୍ୟୁ । ଏପରି ଦୁଃଖଦ ଘଟଣା ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ଅନ୍ତର୍ଗତ ଜାମପଦର ଗାଁରେ ଘଟିଛି। ମୃତକ ହେଲେ ବିକାଶ ସାଗରଙ୍କ ନାବାଳକ ପୁଅ ଭାବଗ୍ରାହୀ ସାଗର ଓ ଝିଅ ମନିକା ସାଗର । ରାତିରେ ମା’-ବାପାଙ୍କ ସହ ଶୋଇଥିବା ବେଳେ ଭଉଣୀ-ଭାଇ ଅସୁସ୍ଥ ହୋଇପଡ଼ିଥିଲେ। ଦୁଇଜଣଙ୍କ ମୁହଁରୁ ଫେଣ ବାହାରିଥିଲା। ଉଭୟଙ୍କୁ ସଇଁତଳାରୁ ଭୀମଭୋଇ ମେଡିକାଲକୁ ଅଣାଯାଇଥିଲା। ତେବେ ଚିକିତ୍ସା ଚାଲିଥିବା ବେଳେ ମେଡିକାଲରେ ଡାକ୍ତର ଭଉଣୀ-ଭାଇଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ଘର ଭିତରୁ ସାପ ବାହାରିବାରୁ ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି କୁହାଯାଉଛି।




