ପୋଖରୀରେ ବୁଡି ଭାଇ ଭଉଣୀଙ୍କ ମୃତ୍ୟୁ
କୋରାପୁଟ : କୋରାପୁଟ ଜିଲ୍ଲା ଲମତାପୁଟରେ ଘଟି ଯାଇଛି ଏକ ଦୁଃଖ ଦାୟକ ଘଟଣା I ଖେଳୁ ଖେଳୁ ପୋଖରୀରେ ବୁଡି ୨ ଭାଇ ଭଉଣୀଙ୍କ ର ମୃତ୍ୟୁ ଘଟିଛି I ଲମତାପୁଟ ବ୍ଲକ ପିପଳପୁଟ ଗାଁରେ ନୂତନ ଭାବେ ଖୋଳା ଯାଇଥିବା ପୋଖରୀରେ କୂଳରେ ଜୀନୁ ବଡ଼ନାୟକଙ୍କ ୫ବର୍ଷର ପୁଅ ଯୋଗେଶ ଏବଂ ୧୦ବର୍ଷର ଝିଅ ସନ୍ତୋଷୀ ଖେଳୁଥିଲେ I ନିକଟସ୍ଥ ବିଲରେ କାମ କରୁଥିବା ଜୀନୁ କିଛି ସମୟ ପରେ ପିଲା ମାନଙ୍କୁ ଖୋଜି […]
କୋରାପୁଟ : କୋରାପୁଟ ଜିଲ୍ଲା ଲମତାପୁଟରେ ଘଟି ଯାଇଛି ଏକ ଦୁଃଖ ଦାୟକ ଘଟଣା I ଖେଳୁ ଖେଳୁ ପୋଖରୀରେ ବୁଡି ୨ ଭାଇ ଭଉଣୀଙ୍କ ର ମୃତ୍ୟୁ ଘଟିଛି I ଲମତାପୁଟ ବ୍ଲକ ପିପଳପୁଟ ଗାଁରେ ନୂତନ ଭାବେ ଖୋଳା ଯାଇଥିବା ପୋଖରୀରେ କୂଳରେ ଜୀନୁ ବଡ଼ନାୟକଙ୍କ ୫ବର୍ଷର ପୁଅ ଯୋଗେଶ ଏବଂ ୧୦ବର୍ଷର ଝିଅ ସନ୍ତୋଷୀ ଖେଳୁଥିଲେ I ନିକଟସ୍ଥ ବିଲରେ କାମ କରୁଥିବା ଜୀନୁ କିଛି ସମୟ ପରେ ପିଲା ମାନଙ୍କୁ ଖୋଜି ଥିଲେ I ଏହି ସମୟରେ ୨ ଭାଇ ଭଉଣୀ ପକ୍ଷୀ ପାଣିରେ ଭାସୁ ଥିବାର ଦେଖାଯାଇଥିଲା I ଭାଇ ଭଉଣୀଙ୍କୁ ଉଦ୍ଧାର କରି ତୁରନ୍ତ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା I ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି I ଏହି ଘଟଣା ପ୍ରଚାରିତ ହେବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି I




