ଭାରତରତ୍ନ ଅଟଳବିହାରୀ ବାଜପେୟୀଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଉନ୍ମୋଚିତ

କଟକ : ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳବିହାରୀ ବାଜପେୟୀଙ୍କ ବିଶାଳ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଉନ୍ମୋଚିତ । କଟକ ବେଲ୍ ଭ୍ୟୁ ଛକରେ ୧୦ ଫୁଟ ଉଚ୍ଚତା ଏବଂ ୧୦ କ୍ୱିଣ୍ଟାଲ ଓଜନ ବିଶିଷ୍ଟ ପ୍ରତିମୂର୍ତ୍ତି ଉନ୍ମୋଚିତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ସମୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ସହିତ ଉଚ୍ଚ ଶିକ୍ଷା, ସଂସ୍କୃତି, ଭାଷା ସାହିତ୍ୟ ଏବଂ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କଟକ ଲୋକସଭା ସଦସ୍ୟ ଭର୍ତ୍ତୃହରି ମହତାବ, […]

Samaya Live Picture
Published On

କଟକ : ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳବିହାରୀ ବାଜପେୟୀଙ୍କ ବିଶାଳ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଉନ୍ମୋଚିତ । କଟକ ବେଲ୍ ଭ୍ୟୁ ଛକରେ ୧୦ ଫୁଟ ଉଚ୍ଚତା ଏବଂ ୧୦ କ୍ୱିଣ୍ଟାଲ ଓଜନ ବିଶିଷ୍ଟ ପ୍ରତିମୂର୍ତ୍ତି ଉନ୍ମୋଚିତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ସମୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ସହିତ ଉଚ୍ଚ ଶିକ୍ଷା, ସଂସ୍କୃତି, ଭାଷା ସାହିତ୍ୟ ଏବଂ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କଟକ ଲୋକସଭା ସଦସ୍ୟ ଭର୍ତ୍ତୃହରି ମହତାବ, ସଦର ବିଧାୟକ ଇଂ ପ୍ରକାଶ ସେଠୀ, ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନ, ବାଙ୍କୀ ବିଧାୟକ ଦେବୀ ପ୍ରସାଦ ତ୍ରିପାଠୀ, ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡ଼ୁ, ଶ୍ରୀତମ୍ ଦାସ ପ୍ରମୁଖ ଯୋଗ ଦେଇଥିଲେ । ଶିଳ୍ପୀ ସଞ୍ଜୀବ ବିଶ୍ବାଳଙ୍କ ତତ୍ତ୍ବବଧାନରେ ଅଟଳ ବିହାରୀ ବାଜପେୟୀଙ୍କର ଏହି ବିଶାଳ ପ୍ରତିମୂର୍ତ୍ତି ମାତ୍ର ୩୫ ଦିନରେ ୧୮ ଜଣ କାରିଗରଙ୍କ ଦ୍ୱାରା ନିର୍ମିତ ହୋଇଛି ।

Tags: