ଲୋକସେବା ଭବନରୁ ଦଲାଲ ଗିରଫ
ଭୁବନେଶ୍ୱର : ଲୋକସେବା ଭବନରୁ ଦଲାଲ ଗିରଫ। ଚାକିରି କରାଇଦେବାକୁ କହି ଠକୁଥିଲେ ଲକ୍ଷାଧିକ ଟଙ୍କା। ଦଲାଲ ବ୍ୟାସଦେବ ରାଣାଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ନିଜକୁ ପଞ୍ଚାୟତ ରାଜ ବିଭାଗର ସେକ୍ସନ୍ ଅଫିସର କହି ଲକ୍ଷାଧିକ ଟଙ୍କା ଠକିଥିବା ଜଣାପଡିଛି । ଏହି ଠକଙ୍କ ପାଖରୁ ମିଳିଛି ନକଲି ସେକ୍ସନ୍ ଅଫିସରର ପରିଚୟ ପତ୍ର । ଠକ ବ୍ୟାସଦେବ ଘର କଳାହାଣ୍ଡି ନର୍ଲାରେ। ସେ କିଛି ଦିନ ହେବ ଭୁବନେଶ୍ୱରର ଏକାମ୍ର ଅଞ୍ଚଳରେ ରହୁଥିଲା। […]
ଭୁବନେଶ୍ୱର : ଲୋକସେବା ଭବନରୁ ଦଲାଲ ଗିରଫ। ଚାକିରି କରାଇଦେବାକୁ କହି ଠକୁଥିଲେ ଲକ୍ଷାଧିକ ଟଙ୍କା। ଦଲାଲ ବ୍ୟାସଦେବ ରାଣାଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ନିଜକୁ ପଞ୍ଚାୟତ ରାଜ ବିଭାଗର ସେକ୍ସନ୍ ଅଫିସର କହି ଲକ୍ଷାଧିକ ଟଙ୍କା ଠକିଥିବା ଜଣାପଡିଛି । ଏହି ଠକଙ୍କ ପାଖରୁ ମିଳିଛି ନକଲି ସେକ୍ସନ୍ ଅଫିସରର ପରିଚୟ ପତ୍ର । ଠକ ବ୍ୟାସଦେବ ଘର କଳାହାଣ୍ଡି ନର୍ଲାରେ। ସେ କିଛି ଦିନ ହେବ ଭୁବନେଶ୍ୱରର ଏକାମ୍ର ଅଞ୍ଚଳରେ ରହୁଥିଲା। ତା’ର ବୟସ ୪୭ ବର୍ଷ ବୋଲି ପୁଲିସ୍ କହିଛି।
ପୂର୍ଣ୍ଣଚନ୍ଦ୍ର ପରିଡାଙ୍କ ଏତଲା ଆଧାରରେ ବ୍ୟାସଦେବଙ୍କୁ ଲୋକ ସେବା ଭବନ ଗେଟ ଆଗରୁ ଗିରଫ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ । ଏହି ଠକ ଦଲାଲ୍, ବ୍ୟାସଦେବଙ୍କ ଘର ହେଉଛି କଳାହାଣ୍ଡି, ଭୁବନେଶ୍ବରରେ କିଛି ଦିନ ହେଲା ରହୁଛନ୍ତି । ଚାକିରୀ କରାଇଦେବା ନାଁରେ ପ୍ରାୟ ୧୨ ଲକ୍ଷ ଟଂକା ଠକେଇ କରିଥିବା ଅଭିଯୋଗ ହେଉଛି। ଘଟଣାରେ କ୍ୟାପିଟାଲ ଥାନା ପୋଲିସ ତଦନ୍ତ ଅଧିକ ଖୋଳ ତାଡ଼ ଜାରି ରଖିଛି ।




