ଭାଙ୍ଗିଲା ଓଜିପିସି ଆସପଣ୍ଡ

ଝାରସୁଗୁଡା : ଭୁଶୁଡ଼ିଲା ଝାରସୁଗୁଡ଼ା ଜିଲ୍ଲା ବନହରପାଲିସ୍ଥିତ ଓପିଜିସି ୟୁନିଟ-୧ ଓ ୨ର ପାଉଁଶ ପୋଖରୀ । ଓପିଜିସି- ୩ ନମ୍ବର ଆସପଣ୍ଡର ୫୦ ମିଟର ବନ୍ଧ ଭାଙ୍ଗିଯାଇଛି। ଫଳରେ ଘାଇ ସୃଷ୍ଟି ହୋଇ ସ୍ଥାନୀୟ ଶତାଧିକ ଏକର ଚାଷଜମିରେ ପାଉଁଶ ପାଣି ମାଡ଼ି ଯାଇଛି। ଏନେଇ ଧାନ, ପରିବା ଚାଷ ଫସଲ ନଷ୍ଟ ହୋଇଯାଇଛି। ଏପରି କି ପାଉଁଶ ପାଣି ନିକଟସ୍ଥ ସରଧାପାଲି ଏବଂ କଣ୍ଟାଟିକ୍ରା ଗାଁକୁ ମାଡିବାରେ ମାଡ଼ିବାରେ ଲାଗିଛି। ଅନ୍ୟପକ୍ଷେ ଶରଧାପାଲି ଗ୍ରାମବାସୀ […]

Samaya Live Picture
Published On

ଝାରସୁଗୁଡା : ଭୁଶୁଡ଼ିଲା ଝାରସୁଗୁଡ଼ା ଜିଲ୍ଲା ବନହରପାଲିସ୍ଥିତ ଓପିଜିସି ୟୁନିଟ-୧ ଓ ୨ର ପାଉଁଶ ପୋଖରୀ । ଓପିଜିସି- ୩ ନମ୍ବର ଆସପଣ୍ଡର ୫୦ ମିଟର ବନ୍ଧ ଭାଙ୍ଗିଯାଇଛି। ଫଳରେ ଘାଇ ସୃଷ୍ଟି ହୋଇ ସ୍ଥାନୀୟ ଶତାଧିକ ଏକର ଚାଷଜମିରେ ପାଉଁଶ ପାଣି ମାଡ଼ି ଯାଇଛି। ଏନେଇ ଧାନ, ପରିବା ଚାଷ ଫସଲ ନଷ୍ଟ ହୋଇଯାଇଛି। ଏପରି କି ପାଉଁଶ ପାଣି ନିକଟସ୍ଥ ସରଧାପାଲି ଏବଂ କଣ୍ଟାଟିକ୍ରା ଗାଁକୁ ମାଡିବାରେ ମାଡ଼ିବାରେ ଲାଗିଛି। ଅନ୍ୟପକ୍ଷେ ଶରଧାପାଲି ଗ୍ରାମବାସୀ ପିଲାଛୁଆଙ୍କୁ ଧରି ଭୟଭିତ ଅବସ୍ଥାରେ ବନ୍ଧ ଉପରେ ଆଶ୍ରୟ ନେଇଛନ୍ତି। ଏପରିକି କ୍ଷତିପୂରଣ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।

ଖବର ପାଇ ତହସିଲଦାର ସଦାକର କୁମ୍ଭାର, ଏସ୍‌ଡିପିଓ ଚିନ୍ତାମଣି ପ୍ରଧାନଙ୍କ ସହ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି। ଏପରିକି କେଉଁ ପରିସ୍ଥିତିରେ ବନ୍ଧ ଭାଙ୍ଗିଲା ଅଧିକାରୀ ଏହାର ତଦନ୍ତ କରୁଛନ୍ତି।

Tags: