ଏସ୍‌‌ଏଚ୍‌‌ଜି ମା’ ମାନଙ୍କୁ ଦିଆଯିବ ‘ବ୍ରାଇଡାଲ୍‌ ମେକ୍‌-ଅପ୍‌‌’ ତାଲିମ୍‌

ଭୁବନେଶ୍ୱର : ଏଣିକି ଏସଏଚଜି ମହିଳାମାନେ ହେବେ ଅଧିକ ସ୍ୱାବଲମ୍ବୀ I ଘରର ଆର୍ଥିକ ମେରୁଦଣ୍ଡକୁ ମଜବୁତ କରିବା ପାଇଁ ମହିଳାମାନଙ୍କୁ ଦିଆଯିବ ବ୍ୟୁଟିସିଆନ ତାଲିମ I ବର୍ତ୍ତମାନ ବ୍ୟୁଟି,ମେକ୍‌‌ଅପ୍‌‌ ଓ ଫେସିଆଲ ଆଦି ସେବା କ୍ଷେତ୍ରର ଚାହିଦା ବଢ଼ୁଛି। ତେଣୁ ଏ ଦିଗରେ ଏସ୍‌‌ଏଚ୍‌‌ଜି ମା’ମାନଙ୍କୁ ତାଲିମ ଦେଇ ସେମାନଙ୍କ ପାଇଁ ରୋଜଗାରର ନୂଆ ବାଟ ସୃଷ୍ଟି କରାଯାଉଛି। ମିଶନ ଶକ୍ତି ବିଭାଗର ସହଭାଗିତାରେ ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ‘ଓଡ଼ିଆ ବ୍ରାଇଡାଲ ମେକଅପ୍‌‌’ ପାଠ୍ୟକ୍ରମରେ […]

Samaya Live Picture
Published On

ଭୁବନେଶ୍ୱର : ଏଣିକି ଏସଏଚଜି ମହିଳାମାନେ ହେବେ ଅଧିକ ସ୍ୱାବଲମ୍ବୀ I ଘରର ଆର୍ଥିକ ମେରୁଦଣ୍ଡକୁ ମଜବୁତ କରିବା ପାଇଁ ମହିଳାମାନଙ୍କୁ ଦିଆଯିବ ବ୍ୟୁଟିସିଆନ ତାଲିମ I ବର୍ତ୍ତମାନ ବ୍ୟୁଟି,ମେକ୍‌‌ଅପ୍‌‌ ଓ ଫେସିଆଲ ଆଦି ସେବା କ୍ଷେତ୍ରର ଚାହିଦା ବଢ଼ୁଛି। ତେଣୁ ଏ ଦିଗରେ ଏସ୍‌‌ଏଚ୍‌‌ଜି ମା’ମାନଙ୍କୁ ତାଲିମ ଦେଇ ସେମାନଙ୍କ ପାଇଁ ରୋଜଗାରର ନୂଆ ବାଟ ସୃଷ୍ଟି କରାଯାଉଛି। ମିଶନ ଶକ୍ତି ବିଭାଗର ସହଭାଗିତାରେ ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ‘ଓଡ଼ିଆ ବ୍ରାଇଡାଲ ମେକଅପ୍‌‌’ ପାଠ୍ୟକ୍ରମରେ ସେମାନଙ୍କୁ ମାଗଣା ତାଲିମ ଦିଆଯାଉଛି । ଏହି କାର୍ଯ୍ୟକ୍ରମ ଅଧୀନରେ ଦ୍ୱିତୀୟ ବ୍ୟାଚ୍‌‌ରେ ରାଜ୍ୟର ୮ ଟି ଜିଲ୍ଲାରୁ ୩୦ ଜଣ ଏସ୍‌‌ଏଚ୍‌‌ଜି ମା’ ତାଲିମ ଶେଷ କରି ବାହାରିଛନ୍ତି।

ବିଶ୍ୱ ଦକ୍ଷତା କେନ୍ଦ୍ରର ‘ସ୍କୁଲ ଅଫ୍‌‌ ସର୍ଭିସେସ୍‌‌’ ବିଭାଗରେ ଏସ୍‌‌ଏଚ୍‌‌ଜି ମହିଳାଙ୍କ ଲାଗି ଏହି ସ୍ୱତନ୍ତ୍ର ତାଲିମ ପାଠ୍ୟକ୍ରମ କରାଯାଇଥିଲା।୩ ସପ୍ତାହ ଧରି ଚାଲିଥିବା ଏହି ଆଧୁନିକ ତାଲିମ ମାଧ୍ୟମରେ ସେମାନେ ବେସିକ୍‌‌ ଫେସିଆଲ, ବ୍ରାଇଡାଲ ମେକ୍‌‌ଅପ୍‌‌, ହେୟାର କଟିଂ, ପ୍ୟାଡିକିୟୋର, ମ୍ୟାନିକିୟୋର, ସାମ୍ପୋଇଙ୍ଗ୍‌‌, ହେଡ୍‌‌ ମସାଜ୍‌‌ ଏବଂ ଥ୍ରେଡିଂ ଆଦି ଉପରେ ପ୍ରଶିକ୍ଷଣ ନେଇଥିଲେ। ତାଲିମ ଶେଷରେ ଏହି ଏସ୍‌‌ଏଚ୍‌‌ଜି ମା’ମାନଙ୍କୁ ପ୍ରମାଣପତ୍ର ଦେବା ପାଇଁ ବିଶ୍ୱ ଦକ୍ଷତା କେନ୍ଦ୍ରଠାର ଗୁରୁବାର ଦିନ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷା ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର ଯୋଗଦେଇ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ସେମାନଙ୍କୁ ସାର୍ଟିଫିକେଟ୍‌‌ ସହ ମେକ୍‌‌ଅପ୍‌‌ କିଟ୍‌‌ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଏସ୍‌‌ଏଚ୍‌‌ଜି ମା’ଙ୍କୁ ନେଇ ଏକ ରାମ୍ପ ସୋ’ ଆୟୋଜନ କରାଯାଇଥିଲା। ତେବେ ମହିଳାମାନଙ୍କୁ ଏହି ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏସ୍‌‌ଏଚଜି ମା’ମାନେ ଅଶେଷ ଧନ୍ୟବାଦ ଜଣାଇଥିଲେ।

Tags: